ରାଞ୍ଚି: ଆଉ ଗୋଟିଏ ଦିନ ପରେ ଆଲୋକର ପର୍ବ ଦୀପାବଳି। ଏହା ପୂର୍ବରୁ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଗାଡ଼ି ଧୋଇବାରେ ତାଙ୍କ ଝିଅ ଜିଭାଙ୍କ ସହାୟତା ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାକୁ ଲାଗିଛି। ଉଭୟ ବାପା-ଝିଅ ଦୀପାବଳି ପୂର୍ବରୁ ନିଜ ଗାଡ଼ିକୁ ସଫାସୁତୁରା କରିବା ବେ‌ଳର ଏକ ଭିଡିଓକୁ ଧୋନି ଇନ୍‌ଷ୍ଟାଗ୍ରାମ ପୃ‌ଷ୍ଠାରେ ପ୍ରକାଶ କରିଥିଲେ।

Advertisment

ଏଥିରେ ଧୋନି ଲେଖିଥିଲେ, ଏହି ଛୋଟ ସହଯୋଗ ସବୁବେଳେ କାମରେ ଆସିଥାଏ, ବିଶେଷ କରି ନିଜ ‌ଲୋକଙ୍କ ପାଇଁ ଏହା ବଡ଼ ଗାଡ଼ି ସଦୃଶ। ଏହି ‌ଭିଡିଓ ପୋଷ୍ଟ୍‌ ହେବା ପରେ ୨ କୋଟିରୁ ଅଧିକ ଲୋକ ଏହାକୁ ଲାଇକ୍‌ କରିସାରିଲେଣି। ବଲିଉଡ୍‌ ଅଭିନେତା ରଣବୀର କାପୁର ଏହାକୁ ଦେଖିବା ସହ ନିଜର ମତ ଦେଇ ଲେଖିଛନ୍ତି, ‘ଡାଡିଙ୍କର ଛୋଟ ହେଲ୍‌ପର୍‌’।

publive-image

ବାଂଲାଦେଶ ବିପକ୍ଷରେ ଟି-୨୦ ସିରିଜ୍‌ ପୂର୍ବରୁ ଯୁବ ଓ୍ଵିକେଟ୍‌-କିପର୍‌-ବ୍ୟାଟ୍‌ସମ୍ୟାନ୍‌ ରିଷଭ ପନ୍ଥଙ୍କର ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ସହ ଏକ ଫଟୋ ଦେଖିବାକୁ ମିଳିଛି। ବାଂଲାଦେଶ ବିପକ୍ଷରେ ଭାରତ ୩ଟି ଟି-୨୦ ସହ ଦୁଇଟି ଟେଷ୍ଟ୍‍ ଖେଳିବ ବୋଲି ପୂର୍ବରୁ ସ୍ଥିର ହୋଇଛି। ନଭେମ୍ବର ୩ରୁ ଏହି ସିରିଜ  ଆରମ୍ଭ ହେବ।

ଟି-୦୨୦ ଆଉ ଟେଷ୍ଟ୍‍ ମ୍ୟାଚ୍‌ରେ ଖେଳିବାକୁ ଥିବା ପନ୍ଥ ଧୋନୀଙ୍କ ସହ ସୋସିଆଲ୍‌ ମିଡିଆରେ ଏକ ଫଟୋ ଦେଇ ଲେଖିଛନ୍ତି, ‘କେବଳ ଏକ ଭଲ ଅନୁଭବ’। ଜାଣିରଖନ୍ତୁ ଯେ ଧୋନୀ ଏହି ସରିଜରେ ଟି-୨୦ କିମ୍ବା ଟେଷ୍ଟ୍‍ ମ୍ୟାଚ୍‌ ଖେଳିବେ ନାହିଁ।