କଳାହାଣ୍ତି କପ୍‌: ସୂର୍ଯ୍ୟକାନ୍ତ, ସୌରଭଙ୍କ ଶତକ

କଟକ, ଭୁବନେଶ୍ବର, ରାଉରକେଲାର ବଡ଼ ବିଜୟ

କଟକ: କଳାହାଣ୍ତି କପ୍‌ରେ ମଙ୍ଗଳବାର କଟକ ଏ’, କେନ୍ଦୁଝର, ଯାଜପୁର, ମୟୂରଭଞ୍ଜ, ଜଗତସି˚ହପୁର, ଭୁବନେଶ୍ବର ବି’, ବରଗଡ଼, ବଲାଙ୍ଗୀର, ରାଉରକେଲା ବିଜୟୀ ହୋଇଛନ୍ତି। କିଟ୍‌ରେ କଟକ ଏ’ ୨୩୬ ରନ୍‌ରେ ପାରାଦ୍ବୀପକୁ, ପୂର୍ବତଟ ରେଳବାଇ ଷ୍ଟାଡିୟମରେ କେନ୍ଦୁଝର ୬୪ ରନ୍‌ରେ କନ୍ଧମାଳକୁ, ଡ୍ରିମ୍ସରେ ଯାଜପୁର ୫୭ ରନ୍‌ରେ କିଟ୍‌କୁ, ରେଭେନ୍ସା ୨ ନମ୍ବର ପଡ଼ିଆରେ ମୟୂରଭଞ୍ଜ ୩ ଵିକେଟ୍‌ରେ ସମ୍ବଲପୁରକୁ, ନିମପୁରରେ ଜଗତସି˚ହପୁର ୫ ଵିକେଟ୍‌ରେ ଗଜପତିକୁ, ବିଡ଼ାନାସୀରେ ଭୁବନେଶ୍ବର ବି’ ୧୩୦ ରନ୍‌ରେ ପୁରୀକୁ, ଏସ୍‌ସିବି ମେଡିକାଲ ପଡ଼ିଆରେ ବରଗଡ଼ ୪ ଵିକେଟ୍‌ରେ ସୋନପୁରକୁ, ସନ୍‌ସାଇନ ପଡ଼ିଆରେ ବଲାଙ୍ଗୀର ୩୯ ରନ୍‌ରେ ଝାରସୁଗୁଡ଼ାକୁ, ରେଭେନ୍ସା ୧ ନମ୍ବର ପଡ଼ିଆରେ ରାଉରକେଲା ୧୩୭ ରନ୍‌ରେ ରାୟଗଡ଼ାକୁ ହରାଇଛି।

ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ଗୁଡ଼ିକରେ ଜଗତସି˚ହପୁରର ସୂର୍ଯ୍ୟକାନ୍ତ ଦାସ (୧୦୨) ଓ କେନ୍ଦୁଝରର ସୌରଭ ସ୍ବୟ˚ପ୍ରକାଶ (୧୦୦) ଶତକ ଅର୍ଜନ କରିଥିଲା ବେଳେ ଜଗତସି˚ହପୁରର ସମିର ମହାନ୍ତି ୬୬, ଗଜପତିର ଜ୍ଞାନର˚ଜନ ଜେନା ୫୬, ଝାରସୁଗୁଡ଼ାର ମହମ୍ମଦ କ୍ୟୁରେସି ୫୭, ବଲାଙ୍ଗୀରର ରାହୁଲ ସାହୁ ୫୩, ଭୁବନେଶ୍ବର ବି’ର ଶୁଭମ୍‌ ଶତ୍ରୁଜିତ ୫୭, ସମ୍ବଲପୁରର ସୟଦ ଜାକି ୬୪, ଯାଜପୁରର ଅମିନ ଖାନ୍‌ ୭୪, ଲେଲିନ୍‌ ବଳ ୫୨, କେନ୍ଦୁଝରର ସୁଧା˚ଶୁ ସେନାପତି ୫୦, କଟକ ଏ’ର ଯଜ୍ଞଜିତ ସାହୁ ୮୩ ରନ୍‌ର ଅର୍ଧଶତକୀୟ ପାଳି ଖେଳିଥିଲେ। ଅନ୍ୟପକ୍ଷରେ ରାଉରକେଲାର ପ୍ରୀତମ ଜେନା, ବଲାଙ୍ଗୀରର ସତ୍ୟଜିତ ସି˚ହଦେଓ, ବରଗଡ଼ର ଅମିତ ରାଉତ, ସୋନପୁରର କେଜି କ୍ରିଷ୍ଣା, ମୟୂରଭଞ୍ଜର ଆଦିତ୍ୟ ବାସା ୫ ଵିକେଟ ସଫଳତା ପାଇଛନ୍ତି।

ସମ୍ବନ୍ଧିତ ଖବର