ନୂଆଦିଲ୍ଲୀ: ଭାରତର ମହିଳା ବକ୍ସର ଏମ୍‌ସି ମେରିକମ୍‌ ଶନିବାର ଇତିହାସ ରଚିଛନ୍ତି। ବିଶ୍ୱ ବକ୍ସିଂ ଚାମ୍ପିଅନ୍‌ସିପ୍‌ରେ ୬ଷ୍ଠ ଥର ପାଇଁ ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ମେରିକମ୍‌ ଫାଇନାଲରେ ସ୍ୱର୍ଣ୍ଣ ପଦକ ପାଇଁ ୟୁକ୍ରେନର ହନ୍ନା ଓଖୋଟିଙ୍କୁ ମୁକାବିଲା କରି ଏହି ସଫଳତା ହାସଲ କରିଛନ୍ତି।

Advertisment

publive-image

ସୂଚନାଯୋଗ୍ୟ ଯେ, ୩୫ ବର୍ଷୀୟ ଏମ୍‌ସି ମେରିକମ୍‌ (୪୮ କିଲୋ) ମହିଳା ବିଶ୍ୱ ବକ୍ସିଂ ଚାମ୍ପିଅନ୍‌ସିପ୍‌ ସେମିଫାଇନାଲରେ ଗୁରୁବାର ଉତ୍ତର କୋରିଆର କିମ୍‌ ହୟାଙ୍ଗ୍‌ ମିଙ୍କୁ ପରାସ୍ତ କରି ଫାଇନାଲ୍‌ରେ ପ୍ରବେଶ କରିଥିଲେ।

ବିଶ୍ୱ ବକ୍ସିଂ ଚାମ୍ପିଅନ୍‌ସିପ୍‌ରେ ସ୍ୱର୍ଣ୍ଣପଦକ

-୨୦୦୨ରେ ତୁର୍କୀ (୪୫ କିଲୋ)
-୨୦୦୫ରେ ଋଷିଆ (୪୬ କିଲୋ)
-୨୦୦୬ରେ ନୂଆଦିଲ୍ଲୀ (୪୬ କିଲୋ)
-୨୦୦୮ରେ ଚୀନ (୪୮ କିଲୋ)
-୨୦୧୦ରେ ବାରବାଡୋସ (୪୮ କିଲୋ)
-୨୦୧୮ରେ ନୂଆଦିଲ୍ଲୀ (୪୮ କିଲୋ)
-୨୦୦୧ରେ ୟୁଏସ୍‌ଏ ରୌପ୍ୟ ପଦକ(୪୮କିଲୋ)

ମେରିକମ ଗତ ବର୍ଷ ଏସୀୟ ଚାମ୍ପିଅନ୍‌ସିପ୍‌ର ଫାଇନାଲ୍‌ରେ ଉତ୍ତର କୋରିଆର ଏହି ଖେଳାଳିଙ୍କୁ ପରାସ୍ତ କରିଥିଲେ। ମେରିକମ୍‌ କେଡି ଯାଧବ ହଲରେ ଘରୋଇ ଦର୍ଶକଙ୍କ ଉପସ୍ଥିତିରେ ନିଜର ପ୍ରତିଦ୍ୱନ୍ଦ୍ୱୀଙ୍କୁ ସେମିଫାଇନାଲରେ ପରାସ୍ତ କରିଛନ୍ତି। ସେ ନିଜର ବକ୍ସିରେ ୨୯-୨୮, ୩୦-୨୭, ୩୦-୨୭, ୩୦-୨୭ ଓ ୩୦-୨୭ ପଏଣ୍ଟ ହାସଲ କରିଥିଲେ।