ଅମିତଙ୍କୁ ‘ମିଷ୍ଟର ଇଣ୍ଡିଆ’ କାଂସ୍ୟ

ଭୁବନେଶ୍ବର: ପଞ୍ଜ‌ାବରେ ଆୟୋଜିତ ୧୫ତମ ସର୍ବଭାରତୀୟ ପୁରୁଷ ଓ ମହିଳା ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ‘ମିଷ୍ଟର ଇଣ୍ଡିଆ ୨୦୨୪’ରେ ଓଡ଼ିଶାର ଅମିତ କୁମାର ଭୂୟାଁ କାଂସ୍ୟ ପଦକ ଜିତିଛନ୍ତି। ସେ ୭୦ କେଜି ଓଜନ ବର୍ଗରେ ତୃତୀୟ ସ୍ଥାନରେ ରହି ଏହି ପଦକ ଜିତିଛନ୍ତି। ଅମିତ ପୂର୍ବରୁ ୨୦୨୨ରେ ସର୍ବଭାରତୀୟ ଫେଡେରେସନ୍‌ କପ୍‌ରେ ସ୍ବର୍ଣ୍ଣ, ୨୦୨୩ ଏସୀୟ ସୁନ୍ଦର ସ୍ବାସ୍ଥ୍ୟରେ ସ୍ବର୍ଣ୍ଣ ଏବଂ ବିଶ୍ବ ସୁନ୍ଦର ସ୍ବାସ୍ଥ୍ୟରେ କାଂସ୍ୟ ପାଇଛନ୍ତି। ଏହି ପ୍ରତିଯୋଗିତାରେ ଓଡ଼ିଶା ସୁନ୍ଦର ସ୍ବାସ୍ଥ୍ୟ ସଂଘରୁ ୧୨ ଜଣ ଖେଳାଳିଙ୍କ ସହ ପ୍ରବନ୍ଧକ ଉମାଚରଣ ଶତପଥୀ, ପ୍ରଶିକ୍ଷକ ରାଜେଶ ବାବୁ ଆଚାରୀ ଓ ଜାତୀୟ ବିଚାରକ ଅଜୟ କୁମାର ମହାପାତ୍ର ଯୋଗ ଦେଇଥିଲେ। ସଫଳତା ଲାଗି ଅମିତଙ୍କୁ ରାଜ୍ୟ ସଂଘର ସଭାନେତ୍ରୀ ସୁମିତ୍ରା ତ୍ରିପାଠୀ, ସମ୍ପାଦକ ପ୍ରସନ୍ନ କୁମାର ମହାସୁଆର, ଉପଦେଷ୍ଟା ମଣ୍ଡଳି ଅଧ୍ୟକ୍ଷ ମାନସ ରଂଜନ ମହାପାତ୍ର ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର