ସୁସ୍ଥ ହେଉଛନ୍ତି ଋ‌ଷଭ ପନ୍ତ୍‌; ବିନା ସହାୟତାରେ ସିଡି ଚଢିଲେ

ନୂଆଦିଲ୍ଲୀ : ଗତବର୍ଷ ଡିସେମ୍ବରରେ କାର୍‌ ଦୁର୍ଘଟଣାରେ ଆହତ ହୋଇ କ୍ରିକେଟ୍‌ଠୁ ଦୂରରେ ଥିବା ଭାରତୀୟ କ୍ରିକେଟର ଋଷଭ ପନ୍ତ୍‌ ସୁସ୍ଥ ହେବାରେ ଲାଗିଛନ୍ତି। ବର୍ତ୍ତମାନ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍‌ ଏକାଡେମୀରେ ତାଙ୍କର ପୁନଃଥଇଥାନ ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ନିୟମିତ ଭାବେ ନୂଆନୂଆ ଭିଡିଓ ସୋସିଆଲ୍‌ ମିଡିଆରେ ପନ୍ତ୍‌ ପୋଷ୍ଟ କରି ପ୍ରଶଂସକଙ୍କୁ ତାଙ୍କ ସୁସ୍ଥତାର ଅଗ୍ରଗତି ସଂକ୍ରାନ୍ତରେ ସୂଚନା ଦେଉଛନ୍ତି।

ସଦ୍ୟତମ ଭିଡିଓରେ ପନ୍ତ୍‌ ବିନା କୌଣସି ସହାୟତାରେ ସିଡିରେ ଚଢୁଥିବା ଦେଖାଯାଇଛି। ବର୍ତ୍ତମାନ ସୋସିଆଲ୍‌ ମିଡିଆରେ ଏହି ଭିଡିଓ ଭାଇରାଲ୍‌ ହେବାରେ ଲାଗିଥିଲା ବେଳେ ପ୍ରଶଂସକମାନେ ତାଙ୍କୁ ଶୀଘ୍ର ସୁସ୍ଥ ହୋଇ କ୍ରିକେଟ୍‌ ପଡ଼ିଆକୁ ଫେରିବା ପାଇଁ ପ୍ରାର୍ଥନା କରିଛନ୍ତି। ଏହି ଭିଡିଓ ଉପରେ ଆଇପିଏଲ୍‌ ଫ୍ରାଞ୍ଚାଇଜ୍ ଦିଲ୍ଲୀ କ୍ୟାପିଟାଲ୍ସ ସହିତ ପରିବାର ଲୋକେ ଓ ଭାରତୀୟ ଦଳର ସଦସ୍ୟମାନେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି।

ସମ୍ବନ୍ଧିତ ଖବର