ଏଲ୍‌ପି ଟିମ୍‌ର ରଜ ମହୋତ୍ସବ

ଚନ୍ଦ୍ରଶେଖରପୁର: ଏଲ୍‌ପି ଟିମ୍‌ ପକ୍ଷରୁ ଚନ୍ଦ୍ରଶେଖରପୁରସ୍ଥିତ ଦୁର୍ଗାପଡ଼ିଆରେ ରଜ ମହୋତ୍ସବ ଧୁମଧାମ୍‌ରେ ପାଳିତ ହୋଇଯାଇଛି। ଅନୁଷ୍ଠାନ ପକ୍ଷରୁ ଚିତ୍ରାଙ୍କନ, ବକ୍ତୃତା, ରଙ୍ଗୋଲି, ପୁଚି, ମେହେନ୍ଦି, ବେଲୁନ୍ ଫଟା, ହୁଳହୁଳି, ମ୍ୟୁଜିକ୍ ଚେୟାର୍‌, ନୃତ୍ୟ, ଗୀତ ଓ ବିଭିନ୍ନ ପିଠା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ଯୁବକ, ଯୁବତୀ, ମହିଳା ଓ ବରିଷ୍ଠ ନାଗରିକମାନେ ଭାଗ ନେଇଥିଲେ। ସନ୍ଧ୍ୟାରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟଅତିଥି, ୧୪ ନମ୍ବର ୱାର୍ଡ କର୍ପୋରେଟର ମୋନାଲିସା ସାହୁ, ଯୁବନେତା ମନୋଜ କୁମାର ସାହୁ, ମଧୁମାଧବ ଜେନା, ବିଚିତ୍ରା ରଥ, ସଞ୍ଜୟ କୁମାର ସେଠୀ, ଆଲୋକ ରଥ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ ରଖିବାକୁ ଆହ୍ବାନ ଦେଇଥିଲେ।

ଏହି ଅବସରରେ ବାହାନଗା ଟ୍ରେନ ଦୁର୍ଘଟଣାର ମୃତାହତମାନଙ୍କୁ ଉଦ୍ଧାର କରିଥିବା ସ୍ୱେଚ୍ଛାସେବୀ ଓ ସଙ୍ଗଠନମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଙ୍ଗଠନର ଉପଦେଷ୍ଟା ସମରେନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସମ୍ପାଦକ ଅନିରୁଦ୍ଧ ଲେଙ୍କା ପରିଚାଳନା କରିଥିଲେ। ସଭାପତି ରମାକାନ୍ତ ସ୍ୱାଇଁ ସ୍ୱାଗତ ଭାଷଣ ଓ ପ୍ରଭାସିନୀ ନାୟକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର