ଏସ୍‌ଜି ବଲ୍‌କୁ‌ କୋହଲିଙ୍କ ସମାଲୋଚନା

ହାଇଦ୍ରାବାଦ: ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନଙ୍କ ପରେ ଅଧିନାୟକ ବିରାଟ କୋହଲି ରାଜକୋଟ ଟେଷ୍ଟରେ ବ୍ୟବହୃତ ହୋଇଥିବା ଏସ୍‌ଜି ବଲ୍‌କୁ ତୀବ୍ର ସମାଲୋଚନା କରିଛନ୍ତି। ଏହି ବଲ୍ ଶୀଘ୍ର ଖରାପ ହୋଇଯାଉଛି। ଏହାର ପ୍ରଭାବ ଖେଳାଳିଙ୍କ ପ୍ରଦର୍ଶନ ଉପରେ ପଡ଼ୁଛି। ସେମାନେ ଦକ୍ଷତା ମୂଳକ ଖେଳି ପାରୁନାହାନ୍ତି ବୋଲି କୋହଲି କହିଛନ୍ତି। ସେଥିପାଇଁ ଟେଷ୍ଟ ମ୍ୟାଚ୍ ପାଇଁ କେବଳ ଡ୍ୟୁକ୍ସ ବଲ୍ ବ୍ୟବହାର କରିବାକୁ କୋହଲି ଆଇସିସିକୁ ଆହ୍ବାନ କରିଛନ୍ତି। ଟେଷ୍ଟ ମ୍ୟାଚ୍ ପାଇଁ ଡ୍ୟୁକ୍ସ ସବୁଠାରୁ ଭଲ ବଲ୍। ପୂର୍ବରୁ ବ୍ୟବହୃତ ହେଉଥିବା ବଲ୍‌ର ମାନ ବହୁତ ଭଲ ଥିଲା। ‌ଏବେ କାହିଁକି ଏହାର ମାନ ବଦଳି ଯାଇଛି ବୋଲି କୋହଲି କହିଛନ୍ତି। ଡ୍ୟୁକ୍ସ ନହେଲେ କୋକାବୁରା ବଲ୍ ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଛନ୍ତି। ସଂପ୍ରତି କେବଳ ଇଂଲଣ୍ଡ ଡ୍ୟୁକ୍ସ ବଲ୍‌ରେ ଖେଳୁଛି। ଦକ୍ଷିଣ ଆଫ୍ରିକା, ବାଂଲା‌ଦେଶ, ଶ୍ରୀଲଙ୍କା କୋକାବୁରା ବଲ୍ ଉପଯୋଗ କରୁଛନ୍ତି। ଭାରତ ମଧ୍ୟ କୋକାବୁରା କିମ୍ବା ଡ୍ୟୁକ୍ସ ବଲ୍‌ରେ ଖେଳିଲେ ଭଲ ହୁଅନ୍ତା ବୋଲି ସେ ମତ ରଖିଛନ୍ତି।

ସମ୍ବନ୍ଧିତ ଖବର