ଜାଗୁଆର୍ସକୁ ୨୮ ରନ୍‌ରେ ପରାସ୍ତ କଲା ଟାଇଗର୍ସ

କଟକ : ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା କ୍ରିକେଟ ଲିଗ୍‌ (ଓସିଏଲ୍‌)ରେ ବୁଧବାର ଓଡ଼ିଶା ଟାଇଗର୍ସ ୨୮ ରନ୍‌ରେ ଓଡ଼ିଶା ଜାଗୁଆର୍ସକୁ ପରାସ୍ତ କରିଛି। ଟସ୍‌ ଜିତି ଜାଗୁଆର୍ସ ବୋଲି˚ କରିଥିଲା ବେଳେ ଟାଇଗର୍ସକୁ ୧୨୮ ରନ୍‌ରେ ସୀମିତ ରଖିଥିଲା। ପ୍ରଥମ ଓଭରରେ ଟାଇଗର୍ସର ଦିବ୍ୟଶକ୍ତି ଚକ୍ରବର୍ତ୍ତୀ ଖାତା ଖୋଲିନପାରି ଆଉଟ ହୋଇଯାଇଥିଲା ବେଳେ ୩୬ ରନ୍‌ ଭିତରେ ପ୍ରମୁଖ ୪ ଜଣ ଆଉଟ ହୋଇଯାଇଥିଲେ। ଏହି ସମୟରେ ଅଧିନାୟକ ଦେବାଶିଷ ସାମନ୍ତରାୟ ଓ ରାଜକିଶନ ପଟେଲ ପାଳି ସମ୍ଭାଳିଥିଲେ। ହେଲେ ବ୍ୟକ୍ତିଗତ ୩୦ ରନ୍‌ କରିଥିଲା ବେଳେ ଦେବାଶିଷ ଆଉଟ ହୋଇଯାଇଥିଲେ। ରାଜକିଶନ ସ˚ଘର୍ଷ ଜାରି ରଖି ୪୪ ରନ୍‌ରେ ଅପରାଜିତ ରହିଥିଲେ। ଜାଗୁଆର୍ସର ରାହୁଲ ଚୌଧୁରୀ ୩, ମନୋଜ କାଶ୍ୟପ, ରଶ୍ମୀର˚ଜନ ସାହୁ, ଲଗ୍ନଜିତ ସାମଲ ଦୁଇଟି ଲେଖାଏଁ ଵିକେଟ ନେଇଥିଲେ। ୧୨୯ ରନ୍‌ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଜାଗୁଆର୍ସ ମଧ୍ୟ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ନିୟମିତ ଭାବେ ଵିକେଟ ହରାଇ ଦଳ ୧୦୦/୯ କରିବାକୁ ସକ୍ଷମ ହୋଇଥିଲା। ଅଧିନାୟକ ଗିରିଜା ରାଉତ ୨୬, କ୍ଷମାସାଗର ବଳ ୩୦ ଓ ମନୋଜ କାଶ୍ୟପ ୧୪ ରନ୍‌ର ଯୋଗଦାନ କରିଥିଲେ। ବିଜୟୀ ଦଳ ପାଇଁ ରାଜକିଶନ ପଟେଲ ୩, ବି ଶିବା ୨, ସ˚ଜୟ ଦାସ ୨, ଶେଖର ମାଝୀ, ହର୍ଷିତ ରାଥୋଡ଼ ଗୋଟିଏ ଲେଖାଏଁ ଵିକେଟ ନେଇଥିଲେ।

ଲାୟନ୍ସ ୧୦ ଵିକେଟ୍‌ରେ ବିଜୟୀ
ଓପିଏଲ୍‌ରେ ବୁଧବାର ଖେଳାଯାଇଥିବା ଦ୍ବିତୀୟ ମ୍ୟାଚ୍‌ରେ ଓଡ଼ିଶା ଲାୟନ୍ସ ୧୦ ଵିକେଟ୍‌ରେ ଓଡ଼ିଶା ପ୍ୟୁମାସ୍‌କୁ ପରାସ୍ତ କରିଛି। ପ୍ୟୁମାସ୍‌ ଟସ୍‌ ଜିତି ବ୍ୟାଟି˚ କରିଥିଲା। ଟୁକୁନା ସାହୁଙ୍କ ୧୫, ପ୍ରତୀକ ଦାସଙ୍କ ୩୦, ସୌଭାଗ୍ୟ ର˚ଜନ ମହାନ୍ତିଙ୍କ ୨୫ରନ୍‌ ସହାୟତାରେ ଦଳ ନିର୍ଧାରିତ ଓଭରସୁଦ୍ଧା ୮ ଵିକେଟ ବିନିମୟରେ ୧୦୧ ରନ୍‌ ସ˚ଗ୍ରହ କରିଥିଲା। ଲାୟନ୍ସ ପକ୍ଷରୁ ଅଭିଷେକ ଗିରି ୩, ଦୀପକ ବେହେରା ୨, ରାକେଶ ପଟ୍ଟନାୟକ ୧ ଵିକେଟ୍‌ ନେଇଥିଲେ। ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଲାୟନ୍ସ ବିନା କୌଣସି କ୍ଷତିରେ ୧୪.୫ ଓଭରରେ ମ୍ୟାଚ ଜିତିଯାଇଥିଲା। ସ୍ବସ୍ତିକ ସାମଲ ୫୬*, ଶୁଭ୍ରଜ୍ୟୋତି ମିଶ୍ର ୪୩* ରନ୍‌ କରି ଦଳକୁ ଜିତାଇଥିଲେ।

ସମ୍ବନ୍ଧିତ ଖବର