ପାୱାର ଚାନେଲକୁ ଡେଇଁ ପଡ଼ିଲେ ମହିଳା

ବୁର୍ଲା : ବୁର୍ଲା ସହରର ଜଣେ ବିବାହିତ ମହିଳା ରବିବାର ରାତିରେ ପାୱାର ଚାନେଲକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି।

ପୁଲିସ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବୁର୍ଲା ଗାନ୍ଧୀପଡ଼ାର ରିତେଶ ସୁନାଙ୍କ ପତ୍ନୀ ରିଙ୍କି ସୁନା (୨୧) ରାତି ପ୍ରାୟ ୯ ଟା ସମୟରେ ଥାନାରୁ କିଛି ମିଟର ଦୂରରେ ଥିବା ପାୱାର ଚାନେଲକୁ ଡେଇଁ ପଡ଼ିଥିଲେ। ଖବର ପାଇ ଘଟଣାସ୍ଥଳରେ ତୁରନ୍ତ ବୁର୍ଲା ପୁଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ଥିଲେ। ଅଗ୍ନିଶମ ବାହିନୀ ବିଷ୍ଣୁ ମନ୍ଦିର ପଡ଼ା ଘାଟ ପାଖରେ କିଛି ଦୂର ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ। କିନ୍ତୁ, ତାଙ୍କ ସନ୍ଧାନ ମିଳିପାରି ନାହିଁ। ଆସନ୍ତାକାଲି ସକାଳେ ପୁଣି ଉଦ୍ଧାର କାର୍ଯ୍ୟ କରାଯିବ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ କହାଯାଇଛି। ହେଲେ, ରିଙ୍କି ଏଭଳି ପଦକ୍ଷେପ ନେବା ପଛର କାରଣ ସ୍ପଷ୍ଟ ହୋଇପାରିନାହିଁ।

ସମ୍ବନ୍ଧିତ ଖବର