ଏନକାଉଣ୍ଟରରେ ଦୁର୍ଦାନ୍ତ ନକ୍ସଲ ସମେତ ୩ ନିହତ

ମାଲକାନଗିରି : ମାଲକାନଗିରି ସୀମାନ୍ତର ୨ଟି ସ୍ଥାନରେ ନକ୍ସଲଙ୍କ ସହ ପୁଲିସର ଗୁଳି ବିନିମୟ ହୋଇଛି। ୩ଜଣ ନକ୍ସଲ ନିହତ ହୋଇଥିବା ବେଳେ ବହୁ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଉଭୟ ଘଟଣା ପରେ ଅର୍ଧସାମରିକ ବଳ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।

ସୂଚନା ଅନୁଯାୟୀ, ଛତିଶଗଡର ସୁକମା ଜିଲ୍ଲା କୋଟା ଅଞ୍ଚଳରେ ନକ୍ସଲ କ୍ୟାମ୍ପ କରିଥିବା ପୁଲିସକୁ ଖବର ମିଳିଥିଲା। ପୁଲିସ କ୍ୟାମ୍ପ ନିକଟରେ ପହଞ୍ଚିବା ପୂର୍ବରୁ ନକ୍ସଲ ଆତର୍କିତ ଭାବେ ଆକ୍ରମଣ କରିଥିଲେ। ଉଭୟ ପଟୁ ବହୁ ସମୟ ଧରି ଗୁଳି ବିନମୟ ହେବାପରେ ଛତ୍ରଭଙ୍ଗ ଦେଇଥିଲେ ନକ୍ସଲ। ସର୍ଚ୍ଚ ଅପରେସନ ସମୟରେ କୋଣ୍ଟା ଏରିଆ କମିଟିର କମାଣ୍ଡର ସୋୟମ କାମାର ଶବ ପୁଲିସକୁ ମିଳିଥିଲା। ସେହିପରି ସୀମାନ୍ତ ଛତିଶଗଡ ଓ ତେଲେଙ୍ଗାନା ସୀମାରେ ଆଜି ଅପରାହ୍ନରେ ବଡ ଧରଣର ଏକନାଉଣ୍ଟର କରିଛି ପୁଲିସ। ୨୦ରୁ ଊର୍ଧ୍ୱ ନକ୍ସଲ ଆହତ ହୋଇଥିବା ବେଳେ ୨ନକ୍ସଲ ଘଟଣା ସ୍ଥଳରେ ନିହତ ହୋଇଥିବା ସୂଚନା ମିଳିଛି। କିଷ୍ଟରାମ ଠାରୁ ୧୩ କିଲୋମିଟର ଦୂର ତେଲେଙ୍ଗାନା ସୀମାରେ ଏହି ଗୁଳି ବିନିମୟ ଘଟିଥିଲା।

ସମ୍ବନ୍ଧିତ ଖବର