୮ ହାଇୱେ ଡକାୟତ ଗିରଫ ଲକ୍ଷାଧିକ ଟଙ୍କା ଓ ମାରଣାସ୍ତ୍ର ଜବତ

ବରଗଡ଼: ବେଶ୍‌ କିଛି ଦିନ ହେଲା ବରଗଡ଼ ଜିଲ୍ଲାରେ ସକ୍ରିୟ ଥିବା ଏକ ହାଇୱେ ଡକାୟତଙ୍କ ଦଳକୁ ବରଗଡ଼ ପୁଲିସ୍‌ କାବୁ କରିବାରେ ସଫଳ ହୋଇଛି। ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କା ଏବଂ ମାରଣାସ୍ତ୍ର ଜବତ ହୋଇଛି। ଗିରଫ ଡକାୟତମାନେ ହେଲେ ବରଗଡ଼ ଖଜୁରଟିକ୍ରାର ବବଲୁ ପ୍ରଧାନ, ବଣ୍ଟି ପୋଢ଼ , ସନି ଓରଫ ଯୋଗେଶ ପଟେଲ ଓ ଫୁଲୁ ଓରଫ ସୁରଜ ଦତ୍ତା,  ଅମ୍ବାପାଲିର ମନୋଜ ସେଟ୍, ସଦର ଥାନା ଧଣ୍ଡାମୁଣ୍ଡା ଗ୍ରାମର ଆଶିଷ ଗହୀର, ସୟାଂ ଗ୍ରାମର ପ୍ରତାପ ସିଂହ ଏବଂ ଡୁମେରପାଲିର କିଶନ ରାଜହଂସ। ଡକାୟତଙ୍କଠାରୁ ନଗଦ ୧ଲକ୍ଷ ୭ ହଜାର ୭ଶହ ଟଙ୍କା ସହ ଡକାୟତି ବେଳେ ବ୍ୟବହୃତ ଗୋଟିଏ ମହିନ୍ଦ୍ରା ଗାଡ଼ି, ଗୋଟିଏ ଖେଳନା ବନ୍ଧୁକ, ତିନୋଟି ଛୁରି, ୯ଟି ମୋବାଇଲ ଏବଂ ଦୁଇଟି ଫାଇଟର୍‌ ଜବତ ହୋଇଥିବା ଏସ୍‌ପି ପଦ୍ମିନୀ ସାହୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର