ହସ୍ପିଟାଲ୍ ପରିସରରେ ଥିବା ଆହାର କେନ୍ଦ୍ରଗୁଡ଼ିକୁ ବାଦ୍ ଦେଇ ଅନ୍ୟସବୁ ଆହାର କେନ୍ଦ୍ର ବନ୍ଦ କରିବାକୁ ନିଷ୍ପତ୍ତି

ଭୁବନେଶ୍ବର: କରୋନା ସତର୍କତା ଲାଗି ରାଜ୍ୟ ସରକାର ଓଡ଼ିଶାରେ ଥିବା ସମସ୍ତ ଆହାର କେନ୍ଦ୍ରକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ହସ୍ପିଟାଲ ପରିସରରେ ଥିବା ସମସ୍ତ ଆହାର କେନ୍ଦ୍ରଗୁଡ଼ିକୁ ଏଥିରୁ ବାଦ୍ ଦିଆଯାଇଛି । ଅର୍ଥାତ୍ ହସ୍ପିଟାଲ୍ ପରିସରରେ ଥିବା ସମସ୍ତ ଆହାର କେନ୍ଦ୍ରଗୁଡ଼ିକ ପୂର୍ବଭଳି ଖୋଲା ରହିବ।

ଉଲ୍ଲେଖଯୋଗ୍ୟ, ଦେଶରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ରାଜ୍ୟ ସରକାର ଭାଇରସ୍ ମୁକାବିଲା ପାଇଁ ତତ୍ପର ହୋଇ ଉଠିଛନ୍ତି । ଲୋକଙ୍କୁ ସଚେତନ କରାଇବା ପାଇଁ ବାରମ୍ବାର ପ୍ରୟାସ ଜାରି ରହିଛି । କରୋନା ପାଇଁ ପୂରା ରାଜ୍ୟକୁ ଲକଡାଉନ୍ କରି ସାରିଥିବା ବେଳେ ଆଜି ଏଭଳି ପଦକ୍ଷେପ ନିଆଯାଇଛି। ଏ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରାଯାଇଛି।

ସେପଟେ ଘରେ ଘରେ ପେନସନ୍ ଓ ପିଡ଼ିଏସ୍ ସାମଗ୍ରୀ ପହଞ୍ଚାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏ ନେଇ ସରକାରଙ୍କ ପକ୍ଷରୁ ସର୍କୁଲାର ଜାରି ହୋଇଛି । ଏଥିପାଇଁ ସମସ୍ତ ଜିଲ୍ଲାପାଳ , ଜିଲ୍ଲା ମାଜିଷ୍ଟ୍ରେଟ ଓ ମ୍ୟୁନସିପାଲ କମିସନରଙ୍କୁ ନିର୍ଦେଶ ଦିଆଯାଇଛି । ଗାଇଡଲାଇନ ମଧ୍ୟରେ ରହି ଏ ନେଇ ଆବଶ୍ୟକୀୟ ପଦକ୍ଷେପ ନେବେ ଅଧିକାରୀ । କରୋନାର ସଫଳ ମୁକାବିଲା ପାଇଁ ଏପରି ପଦକ୍ଷେପ ନେଇଛନ୍ତି ସରକାର ।

ସମ୍ବନ୍ଧିତ ଖବର