ବିଦେଶୀ ଖେଳାଳିଙ୍କର ମନ ମୋହିଲା ଓଡ଼ିଶାର ଦେଶୀ ଖାଦ୍ୟ!

ନାନ୍, ବଟର୍ ନାନ୍ ସମେତ ଗାର୍ଲିକ୍ ନାନର ଫ୍ୟାନ୍ ହେଲା ଅଷ୍ଟ୍ରେଲିଆ, କେବଳ ଖେଳାଳି ନୁହଁନ୍ତି କୋଚ୍ ଏବଂ ଅଫିସିଆଲ୍ ମେମ୍ବର ବି ଖାଦ୍ୟକୁ ନେଇ ବେଶ୍ ଖୁସି

ଭୁବନେଶ୍ୱର : ହକି ବିଶ୍ୱକପ୍‌ ପାଇଁ ଓଡ଼ିଶାରେ ବିଦେଶୀ ଖେଳାଳିମାନଙ୍କର ଭିଡ଼ ଜମିବାରେ ଲାଗିଛି। ଏଥିସହିତ ବିଶ୍ୱକପ୍ ହକି ଯେତିକି ପାଖେଇ ଆସୁଛି ହକି ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ସେତିକି ବଢ଼ିବାରେ ଲାଗିଛି । ବିଭିନ୍ନ ଦେଶରୁ ଆସିଥିବା ଖେଳାଳିମାନେ ରାଜଧାନୀର ବିଭିନ୍ନ ହୋଟେଲମାନଙ୍କରେ ରହୁଛନ୍ତି। ବିଦେଶରୁ ଆସିଥିବା ଏହି ଖେଳାଳିମାନଙ୍କୁ ଏବେ କିମିଆ କରିଛି ଓଡ଼ିଶାର ଦେଶୀ ଖାଦ୍ୟ। ତେବେ ଆସନ୍ତୁ ଜାଣିବା ଅଷ୍ଟ୍ରେଲିଆ ଖେଳାଳିଙ୍କର ପସନ୍ଦ ଆଉ ନାପସନ୍ଦ ବିଷୟରେ…

ବିଦେଶୀ ଖେଳାଳିଙ୍କୁ କିମିଆ କରିଛି ଦେଶୀ ଖାଦ୍ୟ । ନାନ୍, ବଟର୍ ନାନ୍ ସମେତ ଗାର୍ଲିକ୍ ନାନର ଫ୍ୟାନ୍ ହୋଇଛନ୍ତି ଅଷ୍ଟ୍ରେଲିଆ ଖେଳାଳି । ନାନକୁ ଡେଲିସିୟସ୍ ଏବଂ ଟେଷ୍ଟି କହିବା ସହ ଭାରତୀୟ ଖାଦ୍ୟ ବିଶ୍ୱର ଅନ୍ୟତମ ବୋଲି କହିବାକୁ ପଛାଇ ନାହାଁନ୍ତି ଅଷ୍ଟ୍ରେଲିଆ ଖେଳାଳି । ପୂର୍ବରୁ ଅଷ୍ଟ୍ରେଲିଆ ଖେଳାଳି ଓଡ଼ିଶା ଆସିଥିବା ବେଳେ ଏଠି ଦେଶୀ, ବିଦେଶୀ ଅନେକ ପ୍ରକାରର ଖାଦ୍ୟ ଖାଇବାର ଅଭିଜ୍ଞତା ବି ହାସଲ କରିଛନ୍ତି। ହେଲେ ବିଶ୍ୱକପ୍ର କ୍ରେଜ୍ ଭିନ୍ନ। ଏହାକୁ ଦୃଷ୍ଟିରେ ହୋଟେଲ ପକ୍ଷରରୁ ମଧ୍ୟ ଖେଳାଳିଙ୍କୁ ମନପସନ୍ଦର ଖାଦ୍ୟପେୟ ସବୁ ପରସି ଦିଆଯାଉଛି । କେବଳ ଖେଳାଳି ନୁହଁନ୍ତି କୋଚ୍ ଏବଂ ଅଫିସିଆଲ୍ ମେମ୍ବର ବି ଭାରତୀୟ ଖାଦ୍ୟକୁ ନେଇ ବେଶ୍ ଖୁସ୍ । ଆଉ ଏସବୁ ଭିତରେ ବିଶ୍ୱକପ୍ ହକି ଉପରେ ଦଳ ଫୋକସ୍ କରୁଥିବା କହିଛନ୍ତି ଅଷ୍ଟ୍ରେଲିଆ କୋଚ୍ ।

ଭୁବନେଶ୍ୱରର ବିଭିନ୍ନ ତାରକା ହୋଟେଲରେ ବିଦେଶୀ ଖେଳାଳିଙ୍କ ପାଇଁ ରହଣୀ ଏବଂ ଖାଇବା ବନ୍ଦୋବସ୍ତ କରାଯାଇଥିବା ବେଳେ ହୋଟେଲ ସେଣ୍ଡିସ୍ ଟାୱାରରେ ଚୀନ୍, ଅଷ୍ଟ୍ରେଲିଆ ଏବଂ ବେଲଜିମ୍ ଦଳ ପାଇଁ ରହଣୀ ବ୍ୟବସ୍ଥା ହୋଇଛି ।

ଅନ୍ୟପଟେ,ଭାରତରେ ପହଂଚିଲା ପାକିସ୍ତାନ ହକି ଦଳ । ଭୁବନେଶ୍ୱରରେ ହେବାକୁ ଥିବା ପୁରୁଷ ବିଶ୍ୱକପ୍ ହକି ପାଇଁ ଆଜି ପଂଜାବରେ ପହଂଚିଛି ଟିମ୍ ପାକିସ୍ତାନ । ପଂଜାବରୁ ଦିଲ୍ଲୀ ଦେଇ ଭୁବନେଶ୍ୱର ପହଂଚିବ ପାକିସ୍ତାନ । ଏପଟେ ପାକିସ୍ତନ ଦଳ ପାଇଁ ଓଡ଼ିଶା ପୁଲିସ୍ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବିଶ୍ୱକପ ହକି ପ୍ରତିଯୋଗିତାରେ ପାକିସ୍ତାନ ଦଳକୁ ସ୍ଥାନୀୟ ଶିବସେନା ନେତା ବିରୋଧ କରୁ୍ଥିବା ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ସମ୍ବନ୍ଧିତ ଖବର