ବାରିପଦା : କରୋନା ମହାମାରୀ ମୁକାବିଲା ଜାରି ରହିଥିବାରୁ ବାରିପଦା ସହରର ରାସ୍ତାଘାଟରେ ଗାଡ଼ି ମୋଟର ସହିତ ଜନସାଧାରଣଙ୍କ ଚଳପ୍ରଚଳ ସାମାନ୍ୟ କମ୍ ରହିଛି । ଏହି ସମୟରେ ବାରିପଦା ପୌରପରିଷଦର ବ୍ୟସ୍ତ ବହୁଳ ତଥା ମୁଖ୍ୟ ରାସ୍ତା ବଡ଼ଦାଣ୍ଡରେ ଏପରିକି ବାରିପଦା ଟାଉନ ଥାନା ପାଖରେ କେତେକ ଯୁବକ ଗୁଡ଼ି ଉଡ଼ାଉଥିବା ବେଳେ ଗୁଡ଼ିର ମାଞ୍ଜା ସୂତା ପଥଚାରୀ, ବାଇକ ଚାଳକମାନଙ୍କ ନିମନ୍ତେ ବିପଦର କାରଣ ପାଲଟି ଯାଇଛି । ମାଞ୍ଜା ଗୁଡ଼ି ସୂତା ଲାଗି ବିଭିନ୍ନ ସମୟରେ ପଥଚାରୀ ଓ ବାଇକ ଚାଳକ ଆହତ ହେଉଛନ୍ତି।

Advertisment

publive-image Times of India

ଗତ ୨୫ ତାରିଖରେ ସୁଶାନ୍ତ ମହାନ୍ତି ବାରିପଦା ଟାଉନ ଥାନା ନିକଟରୁ ପ୍ରାୟ ୫୦ ଫୁଟ ଦୂର ବଡ଼ଦାଣ୍ଡ ପାଖରେ ଥିବା ଏକ ଗ୍ରୋସରୀ ଦୋକାନରୁ ସାମଗ୍ରୀ କିଣି ଫେରୁଥିବା ବେଳେ ମାଞ୍ଜା ଗୁଡ଼ିର ସୂତା ବେକରେ ଲାଗିବାରୁ ଆହତ ହୋଇଥିଲେ। ସେହିପରି ରାଣୀ ସତୀ ମନ୍ଦିରର ପୂଜକ ବ୍ରିଜେସ ପଣ୍ଡିତଙ୍କର ବେକ କଟି କ୍ଷତ ସୃଷ୍ଟି ହୋଇଥିଲା । ପୁଣି ମୟୂରଭଞ୍ଜ ବାର ଆସୋସିଏସନର ସଦସ୍ୟ ତଥା ମାନବିକ ଅଧିକାର କର୍ମୀ ଆଇନଜୀବୀ ଅରବିନ୍ଦ ଦାସଙ୍କ ଅଭିଯୋଗ ଆଧାରରେ ଗତ ୨୮ ତାରିଖରେ ବାଇକରେ ଯାଉଥିବା ବେଳେ ସେହି ବଡ଼ଦାଣ୍ଡର ଟାଉନ ଥାନା ପାଶ୍ୱର୍ରେ ମାଞ୍ଜା ଗୁଡ଼ିର ସୂତାରେ ତାଙ୍କ ଡ଼ାହାଣ ହାତ ବିଶି ଅଙ୍ଗୁଠି କଟି ଯାଇଥିଲା। ଏନେଇ ସେ ଥାନାକୁ ଫୋନ କରି ଜଣାଇଛନ୍ତି ମଧ୍ୟ। ଏହି ମାଞ୍ଜା ସୁତା ପ୍ରାଣଘାତୀ ସାଜିପାରେ ବୋଲି ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ଅଭିଯୋଗ ମିଳିଛି।

publive-image Travellers of India

ଏ ବିଷୟରେ ବାରିପଦା ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି କହିଛନ୍ତିଯେ ଆମେ ପିଲାମାନଙ୍କୁ ରାସ୍ତାଘାଟରେ ଗୁଡ଼ି ନ ଉଡ଼ାଇବା ନିମନ୍ତେ ବାରମ୍ବାର ତାଗିଦ କରି ଆସୁଛୁ । ମାତ୍ର ଗୁଡ଼ି ସୂତାରେ ଜନସାଧାରଣ ଆହତ ହୋଇଥିବାର କୌଣସି ଅଭିଯୋଗ ଥାନାକୁ ଆସି ନାହିଁ । ତଥାପି ରାସ୍ତାଘାଟରେ ଗୁଡ଼ି ଉଡ଼ାଉଥିବା ପିଲାମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରକାଶ କରିଥିଲେ। ପ୍ରକାଶ ଥାଉକି, ଆକାଶରେ ଉଡ଼ୁଥିବା ଗୁଡ଼ିକୁ କଠାଇବା ନିମନ୍ତେ ମାଞ୍ଜା ସୂତାକୁ ବ୍ୟବହାର କରାଯାଇ ଥାଏ। ସୂତାରେ ଅଠା ସହିତ କାଚଗୁଣ୍ଡକୁ ମାଞ୍ଜା ଦିଆଯାଇ ଥାଏ । କେତେକ ସହରରେ ଏହି ପ୍ରକାରର ମାଞ୍ଜା ସୂତାକୁ ବେଆଇନ ଘୋଷଣା କରାଯାଇଥିବାର କୁହାଯାଇଛି ।