୨ ବାଇକ୍ ମୁହାଁମୁହିଁ ଧକ୍କା : ଜଣେ ମୃତ, ୨ ଗୁରୁତର

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୪୯ର ଭୋଜପୁର ସୁଇପଦର ନିକଟରେ ରବିବାର ୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ସାହାଜବାହାଲ ଗାଁର ସୂରଜ କିଣ୍ଡୋ (୨୫ ବର୍ଷ)ଙ୍କ ମୃତ୍ୟୁ ହୋଇଛି। ସେହି ଗାଁର ଅନ୍ୟ ୨ ଜଣ ବିନୟ କୁଜୁର (୧୭ ବର୍ଷ) ଓ ବିକାଶ ମୁଣ୍ଡା (୧୮ ବର୍ଷ) ଆହତ ହୋଇଛନ୍ତି।

ସୂରଜ, ବିନୟ ଓ ବିକାଶ ଏକ ବାଇକ୍‌ରେ ଯାଉଥିଲେ। ସୁଇପଦର ନିକଟରେ ଅନ୍ୟ ଏକ ବାଇକ ସହ ଧକ୍କା ହୋଇଥିଲା। ଅନ୍ୟ ବାଇକ ଚାଳକ ଦୁର୍ଘଟଣା ପରେ ଫେରାର୍‌ ହୋଇଯାଇଥିଲେ। ସେମାନଙ୍କୁ କୁଚିଣ୍ଡା ଡାକ୍ତରଖାନାକୁ ଅଣାଯାଇଥିଲା। ଆହତମାନେ ଚିକିତ୍ସାଧୀନ ଥିବା ଜଣାଯାଇଛି। କୁଚିଣ୍ଡା ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର