ରଗଡ଼ି: କୋରେଇ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ଦଣ୍ଡିକିରି-ବଳଦିଆ ଓଭର ବ୍ରିଜରେ ସୋମବାର ଅପରାହ୍ନରେ ଏକ ହୁଣ୍ଡାଇ କାର ଭାରସାମ୍ୟ ହରାଇ ୩୦ ଫୁଟ ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି। କାର୍‌ ଚଳାଉଥିବା ଡାକ୍ତର ଅଳ୍ପକେ ବର୍ତ୍ତି ଯାଇଛନ୍ତି।

Advertisment

ଭୁବନେଶ୍ଵରର ଏକ ହସ୍ପିଟାଲରେ କାର୍ଯ୍ୟ କରୁଥିବା ଡାକ୍ତର ଓମ୍‌ ପ୍ରକାଶ ସାହୁ ଏକ କାର (ଓଡି ୩୩ ଏଫ ୨୨୭୮) ଯୋଗେ ନିଜ ଘର କେନ୍ଦୁଝରରୁ ଭୁବନେଶ୍ବର ଅଭିମୁଖେ ଯାଉଥିଲେ। ଏହି ବ୍ରିଜ ଉପରେ ସୃଷ୍ଟି ହୋଇଥିବା ଏକ ଖାଲରେ ତାଙ୍କ ଗାଡ଼ି ଚକ ପଡ଼ି ଯିବାରୁ ଆଗ ଡାହାଣ ଚକ ଫାଟି ଯାଇଥିଲା। ଫଳରେ ଭାରସାମ୍ୟ ହରାଇ କାର୍‌ଟି ପୋଲର ପ୍ରାୟ ୩୦ ଫୁଟ ତଳକୁ ଖସି ପଡ଼ିଥିଲା। ଦୁର୍ଘଟଣାରେ କାରଟି ଭାଙ୍ଗିରୁଜି ଯାଇଛି। ଖବର ପାଇ କୋରେଇ ଥାନାଧିକାରୀ ରଞ୍ଜିତ ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।