୨୦୧୯ ସାଧାରଣ ନିର୍ବାଚନରେ ଓଡିଶାରେ ବିଜେପି ପରାଜୟ ପଛର କାରଣ କହିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ସମ୍ବାଦ ଓ କନକ ନ୍ୟୁଜର ଜନ୍ମଦିନ ଉତ୍ସବରେ ମୁଖ୍ୟବକ୍ତା ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ୨୦୧୯ ସାଧାରଣ ନିର୍ବାଚନରେ ଓଡିଶାରେ ବିଜେପି ପରାଜୟ ପଛର କାରଣ କହିଛନ୍ତି।

ସମ୍ବାଦ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକଙ୍କ ଆଉ ଏକ ପ୍ରଶ୍ନର ଉତ୍ତରରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ସେ କାହିଁକି ନିର୍ବାଚନ ଲଢିଲେ ନାହିଁ ।

ରାଜ୍ୟ ବିଜେପିର ସର୍ବୋଚ୍ଚ ପ୍ରଭାବଶାଳୀ ନେତା କୁହାଯାଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପି ଆଗରେ ଚ୍ୟାଲେଞ୍ଜ କ’ଣ? ବୋଲି ପ୍ରଶ୍ନ କରାଯାଇଥିଲା।

ସମ୍ବାଦ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନରେ ଗତ ନିର୍ବାଚନରେ ବିଜେଡି ସରକାରୀ ବଳକୁ ଜିଲ୍ଲାସ୍ତରରେ ବ୍ୟବହାର କଲା ଓ ବିଜେପି ଏହାର ମୁକାବିଲା କରିବାରେ ବିଫଳ ହେଲା ବୋଲି ଧର୍ମେନ୍ଦ୍ର କହିଛନ୍ତି । ତେବେ ମ୍ୟାଜିକ ନମ୍ବର ହାସଲ କରି ନଥିଲେ ମଧ୍ୟ ଦଳର ଭୋଟହାର ବଢିଥିବା କହିଛନ୍ତି ଧର୍ମେନ୍ଦ୍ର।

ଅନ୍ୟପଟେ ରାଜ୍ୟସଭାରୁ ସାଂସଦ ଥାଇ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଧର୍ମେନ୍ଦ୍ର ପ୍ରଧାନ ସ୍ଥାନ ପାଇଛନ୍ତି । ଏହାକୁ ନେଇ ପ୍ରତିପକ୍ଷ ଅନେକ ସମୟରେ ପ୍ରଶ୍ନ କରିଥାନ୍ତି ଯେ, ସେ ପ୍ରତ୍ୟକ୍ଷ ନିର୍ବାଚନରେ କାହିଁକି ଅବତୀର୍ଣ୍ଣ ହେଉନାହାନ୍ତି । ଆଉ ଏହି ପ୍ରଶ୍ନର ଉତ୍ତରରେ ଧର୍ମେନ୍ଦ୍ର କହିଛନ୍ତି ଦଳ ଚାହିଁଲେ ସେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ଅଛନ୍ତି ।

ପ୍ରତିପକ୍ଷଙ୍କୁ ସମାଲୋଚନା କରିବା ପାଇଁ ସୋସିଆଲ ମିଡିଆର ବ୍ୟବହାର ବିଜେପିକୁ ଭଲଭାବେ ଜଣା। ଏହାର ମଧ୍ୟ କେନ୍ଦ୍ରମନ୍ତ୍ରୀ ଜବାବ ରଖିଛନ୍ତି । ବିଜେପି ସରକାରଙ୍କୁ ସମାଲୋଚନା ପାଇଁ ସୋସିଆଲ ମିଡିଆର ବ୍ୟବହାର କରିବା ପାଇଁ ସେ ଖୋଲା ଆହ୍ଵାନ ଦେଇଛନ୍ତି ।

କନକ ନ୍ୟୁଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭାଗ ନେଇ ଓଡିଆରେ ସମ୍ବାଦ ପଢିବାକୁ ଭଲ ପାଉଥିବା କଥା ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ସମ୍ବନ୍ଧିତ ଖବର