ହରଭଙ୍ଗା : ଦାନ୍ତ ପାଇଁ ହାତୀକୁ ହତ୍ୟା

ହରଭଙ୍ଗା : ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜ ଅନ୍ତର୍ଗତ ମୁଣ୍ଡେଶ୍ବର ସଂରକ୍ଷିତ ଜଙ୍ଗଲରୁ ବୁଧବାର ସକାଳେ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଛି। ଦାନ୍ତ ପ‌ାଇଁ ହାତୀକୁ ଗୁଳି କରି ମରାଯାଇଥିବା ଜଣାଯାଇଛି। ହାତୀଟିର ବିଭିନ୍ନ ସ୍ଥାନରେ ୭ଟିରୁ ଅଧିକ ଗୁଳି ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଦାନ୍ତ ପାଇଁ ହାତୀ ଶିକାର ସନ୍ଦେହ କରାଯାଉଥିବା ବେଳେ ହାତର ଦାନ୍ତ ଦୁଇଟି ସୁରକ୍ଷିତ ଥିବାରୁ ଶିକାରୀମାନେ ନିଜ ଲକ୍ଷ୍ୟରେ ବିଫଳ ହୋଇଛନ୍ତି।

ସମ୍ବନ୍ଧିତ ଖବର