ପୁଲିସ୍‌ ବିଭାଗରେ ବଦଳିଲା ନିୟମ : ମହିଳା ହି˚ସା ତଦନ୍ତ କରିବନି ଏଚ୍‌ଆର‌୍‌ପିସି

କ୍ରାଇମ୍‌ବ୍ରାଞ୍ଚରେ ଖୋଲିବ ‘କ୍ରାଇମ୍‌ ଏଗେନ୍‌ଷ୍ଟ ଓମେନ୍‌ ସେଲ୍‌’

କଟକ : ଏଣିକି ମହିଳାଙ୍କ କ୍ଷେତ୍ରରେ ଘଟୁଥିବା ସମ୍ବେଦନଶୀଳ ମାମଲାର ତଦନ୍ତ ଏବ˚ ଅନୁଧ୍ୟାନ ପୁଲିସ ବିଭାଗର ଏଚ୍‌ଆର‌୍‌ପିସି (ହ୍ୟୁମାନ୍‌ ରାଇଟ୍‌ ପ୍ରୋଟେକ୍ସନ ସେଲ୍‌) କରିବ ନାହିଁ। ସେହି ମାମଲାର ତଦନ୍ତ କ୍ରାଇମ୍‌ବ୍ରାଞ୍ଚରେ ଖୋଲିବାକୁ ଯାଉଥିବା ‘କ୍ରାଇମ୍‌ ଏଗେନ୍‌ଷ୍ଟ ଓମେନ୍‌ ସେଲ୍‌’ ନିୟନ୍ତ୍ରଣରେ ରହିବ। ସେଲ୍‌ ଦାୟିତ୍ବରେ ଜଣେ ଅତିରିକ୍ତ ଏସ୍‌ପି କିମ୍ବା ଡିଏସ୍‌ ପି ଦାୟିତ୍ବରେ ରହିବେ। ମହିଳାଙ୍କ ସମ୍ପର୍କିତ ରେଡ୍‌ ଫ୍ଲାଗ୍‌ ଭୁକ୍ତ କିମ୍ବା ଅଣ ରେଡ୍‌ ଫ୍ଲାଗ୍‌ ଭୁକ୍ତ ସମ୍ବେଦନଶୀଳ ମାମଲାର ପଞ୍ଜିକରଣଠାରୁ କୋର୍ଟରେ ମାମଲା ପରିଚାଳନା ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟା କ୍ରାଇମ୍‌ବ୍ରାଞ୍ଚ ସେଲ୍‌ ନିୟନ୍ତ୍ରଣରେ ରହିବାକୁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି।

କ୍ରାଇମ୍‌ବ୍ରାଞ୍ଚରେ ନୂଆ କରି ଖୋଲିବାକୁ ଯାଉଥିବା ସେଲ୍‌ରେ ୧୦ ଟି ପ୍ରମୁଖ ଦିଗ ପ୍ରତି ଯଥେଷ୍ଟ ଗୁରୁତ୍ବ ଦିଆଯିବ। ଏହି ବିଭାଗ ରେଡ୍‌ ଫ୍ଲାଗ୍‌ ମାନ୍ୟତା ପାଇଥିବା ମହିଳାଙ୍କ ସମ୍ବେଦନଶୀଳ ମାମଲା ପରିଚାଳନା କରିବ। ଦୁଷ୍କର୍ମ ମାମଲାରେ ୬୦ ଦିନରେ ତଦନ୍ତ ପ୍ରକ୍ରିୟା ଯେଭଳି ଶେଷ କରାଯିବ, ତାକୁ ସେଲ୍‌ ସୁନିଶ୍ଚିତ କରିବ। ତଦନ୍ତକାରୀ ଅଧିକାରୀ ଡିଏନ୍‌ଏ ପରୀକ୍ଷା ରିପୋର୍ଟ ପ୍ରମାଣ ସ୍ବରୂପ ଯେଭଳି ବ୍ୟବହାର କରିବେ, ସେଥିପ୍ରତି ଦୃଷ୍ଟି ଦିଆଯିବ। ଡିଏନ୍‌ଏ ରିପୋର୍ଟ ସହିତ ସାଇବର ଫରେନ୍‌ସିକ ଏବ˚ ମୋବାଇଲ୍‌ ଫରେନ୍‌ସିକ ଭଳି ଅତ୍ୟାଧୁନିକ କୌଶଳର ପ୍ରୟୋଗ କରାଯାଇ ଅପରାଧୀଙ୍କ ବିରୋଧରେ ପ୍ରମାଣ ଯୋଗାଡ଼ କରିବା ପାଇଁ ସେଲ୍‌କୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ବେଦନଶୀଳ ମାମଲାରେ ସ୍ବତନ୍ତ୍ର ପିପି ନିୟୋଜନ କରି ମାମଲାର ତ୍ବରିତ ଶୁଣାଣି କରାଯିବ। କୋର୍ଟରୁ ନିର୍ଦ୍ଦୋଷରେ ପ୍ରମାଣ ଅଭାବରୁ ଖଲାସ ହେଉଥିବା ଅଭିଯୁକ୍ତଙ୍କ ମାମଲାର ଜଜ୍‌ମେଣ୍ଟ ନକଲ ସେଲ୍‌ର ଅଧିକାରୀ ଉପଯୁକ୍ତ ଢ˚ଗରେ ଅନୁଧ୍ୟାନ କରିବେ। କେଉଁଠାରେ ପୁଲିସର ତ୍ରୁଟି ରହିଛି, ଭବିଷ୍ୟତରେ ଯେଭଳି ତାହାର ପୁନରାବୃତ୍ତି ନଘଟେ ସେଥିପ୍ରତି ଦୃଷ୍ଟି ଦିଆଯିବ। ଅନ୍ୟପଟେ ପ୍ରମାଣ ଅଭାବ ଥିବା ମାମଲାରେ ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେଲ୍‌ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କୁ ସୁପାରିସ କରାଯିବ। କେବଳ ରେଡ୍‌ ଫ୍ଲାଗ୍‌ ନୁହେଁ, ଅନ୍ୟ ମାମଲାଗୁଡ଼ିକ ମଧ୍ୟ ସେଲ୍‌ କର୍ତ୍ତୃପକ୍ଷ ପରିଚାଳନା କରିବେ।

ଅନ୍ୟପଟେ ଏସିଡ୍‌ ଆକ୍ରମଣ ହୋଇଥିବା ମହିଳାଙ୍କ ମାମଲାକୁ ଗୁରୁତ୍ବର ସହିତ ବିଚାର କରାଯିବ। ‘ପୀଡ଼ିତା କ୍ଷତିପୂରଣ ପାଣ୍ଠି-୨୦୧୭’ରୁ କ୍ଷତିପୂରଣ ଯୋଗାଇବା ପାଇଁ ଏସ୍‌ପିଙ୍କ ସହିତ ଯୋଗାଯୋଗ କରି ଅର୍ଥ ହସ୍ତାନ୍ତର କରିବା କ୍ଷେତ୍ରରେ ସହଯୋଗ କରିବ ସେଲ୍‌। କେନ୍ଦ୍ର ଗୃହ ମନ୍ତ୍ରାଳୟ ସମେତ ଜାତୀୟ ମହିଳା କମିସନ, ଗୃହ ବିଭାଗ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏବ˚ ରାଜ୍ୟ ଆଇନ ସେବା କର୍ତ୍ତୃପକ୍ଷଙ୍କ ନିକଟରୁ ମହିଳାଙ୍କ ମାମଲା ସଂପର୍କିତ ଆସୁଥିବା ସମସ୍ତ ପ୍ରକାର ଚିଠିପତ୍ରର ଜବାବ ରାଜ୍ୟ ସରକାରଙ୍କ ପକ୍ଷରୁ ସେଲ୍‌ ଯୋଗାଇ ଦେବ। ମହିଳାଙ୍କ ଜନିତ ସମସ୍ତ ପ୍ରକାର ଅଭିଯୋଗ ଏବ˚ ପିଟିସନ୍‌କୁ ମଧ୍ୟ ସେଲ୍‌ ଗ୍ରହଣ କରି ତଦନ୍ତ ପରିସରଭୁକ୍ତ କରିବ।

ଅନ୍ୟପଟେ ୨୯ ଜିଲ୍ଲାରେ ଖୋଲିଥିବା ଆଇୟୁସିଏଡବ୍ଲୁ(ଇନ୍‌ଭେଷ୍ଟିଗେଟିଭ୍‌ ୟୁନିଟସ୍‌ ଫର‌୍‌ କ୍ରାଇମ୍‌ ଏଗେନ୍‌ଷ୍ଟ ଓମେନ୍‌)ର ମାମଲାକୁ ମଧ୍ୟ କ୍ରାଇମ୍‌ବ୍ରାଞ୍ଚ ସେଲ୍‌ ଅନୁଧ୍ୟାନ କରିବ। ମହିଳା ହି˚ସା ସ˚କ୍ରାନ୍ତରେ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହେଉଥିବା ସମସ୍ତ ପ୍ରକାର ସର୍କୁଲାର‌୍‌ ଏବ˚ ସୁପ୍ରିମ୍‌କୋର୍ଟ ଓ ହାଇକୋର୍ଟର ଜଜ୍‌ମେଣ୍ଟ ଜିଲ୍ଲା ଏସ୍‌ପି/ଡିସିପିଙ୍କୁ ସେଲ୍‌ ମାଧ୍ୟମରେ ପଠାଯିବ। ମହିଳା ଓ ଶିଶୁ ଡେସ୍କକୁ ନିୟନ୍ତ୍ରଣ କରିବା ସହିତ ପରିଚାଳନା ଠିକ ଢ˚ଗରେ ହେଉଛି ନା ନାହିଁ, ନିୟନ୍ତ୍ରଣ କରିବ।

ରାଜ୍ୟରେ ମହିଳାଙ୍କ କ୍ଷେତ୍ରରେ ଘଟୁଥିବା ଅପରାଧ ସ˚ଗିନ ସ୍ଥିତିରେ ପହ˚ଚିଲାଣି। ୨୦୧୩-୧୪ରେ ରାଜ୍ୟରେ ୧୮୨୯ଟି ଦୁଷ୍କର୍ମ, ୨୦୧୪-୧୫ରେ ୨୦୮୨ଟି ଦୁଷ୍କର୍ମ ଏବ˚ ୨୦୧୫-୧୬ରେ ୨୩୧୩ଟି ଦୁଷ୍କର୍ମ ମହିଳା ଏବ˚ ନାବାଳିକାଙ୍କ ସହିତ ଘଟିଛି। ମହିଳା ହି˚ସାକୁ ଦମନ କରିବାକୁ ୨୦୧୭ ମସିହାରେ ୨୨ଟି ଜିଲ୍ଲାରେ ମହିଳାଙ୍କ କ୍ଷେତ୍ରରେ ଘଟୁଥିବା ଅଧିକ ପରିମାଣରେ ଅପରାଧର ତଦନ୍ତ ଏବ˚ ଅନୁସନ୍ଧାନ ଉଦ୍ଦେଶ୍ୟରେ ୨୨ଟି ସ୍ବତନ୍ତ୍ର ୟୁନିଟ୍‌ ଖୋଲାଯାଇଥିଲା। ଏବେ କିନ୍ତୁ ମହିଳାଙ୍କ କ୍ଷେତ୍ରରେ ଘଟୁଥିବା ସମସ୍ତ ପ୍ରକାର ହି˚ସା କ୍ରାଇମ୍‌ବ୍ରାଞ୍ଚର ‘କ୍ରାଇମ୍‌ ଏଗେନ୍‌ଷ୍ଟ ଓମେନ୍‌ ସେଲ୍‌’ ତଦନ୍ତ କରିବାକୁ ଯାଉଛି।

ସମ୍ବନ୍ଧିତ ଖବର