ଆଇଏଏସ୍ ସ୍ତରରେ ଅଦଳବଦଳ: ବଦଳିଲେ ମାଲକାନଗିରି ଜିଲ୍ଲାପାଳ

ଭୁବନେଶ୍ୱର: ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏ ନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ମାଲକାନଗିରି ଜିଲ୍ଲାପାଳ ଡକ୍ଟର ୟେଦୁଲା ବିଜୟଙ୍କୁ ବଦଳି ହୋଇଛି । ତାଙ୍କ ସ୍ଥାନରେ ବିଶାଲ ସିଂହଙ୍କୁ ନିଯୁକ୍ତି ମିଳିଛି ।

ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ଡବ୍ଲୁଓଡିସିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପଦରେ ଅବସ୍ଥାପିତ କରାଯାଇଛି । ଲିଙ୍ଗରାଜ ପଣ୍ଡାଙ୍କୁ ଗଜପତି ଜିଲ୍ଲାପାଳ ଭାବେ ବଦଳି ହୋଇଥିବା ବେଳେ ମୋନୀଷା ବାନାର୍ଜୀଙ୍କୁ ସୁବର୍ଣ୍ଣପୁରରୁ ବରଗଡ଼କୁ ବଦଳି ହୋଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ହୋଇଛନ୍ତି ଅବୋଲି ସୁନୀଲ ନରଭଣେ । ସେହିପରି ଭୁପେନ୍ଦ୍ର ସିଂ ପୁନିଆ ହେଲେ ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଓଏସ୍ଇପିଏ ।

ସୁରେଶ କୁମାର ବଶିଷ୍ଠଙ୍କୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ଭାବେ ଦାୟିତ୍ୱ ମିଳିଥିବା ବେଳେ ୟେଦୁଲ୍ଲା ବିଜୟଙ୍କୁ ପଶୁସମ୍ପଦ ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ଭୁପେନ୍ଦ୍ର ସିଂ ପୁନିଆଙ୍କୁ ଇପିକଲର ପରିଚାଳନା ନିର୍ଦ୍ଦେଶକ ଭାବେ ନୂଆ ଦାୟିତ୍ୱ ମିଳିଥିବା ବେଳେ ଅନୁପମ ଶାହାଙ୍କୁ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ମିଳିଛି । ସେହିଭଳି ଅନ୍ୱେଷା ରେଡ୍ଡୀଙ୍କୁ ମୟୂରଭଞ୍ଜର ପିଡି ଡିଆରଡିଏ ଭାବେ ଦାୟିତ୍ୱ ମିଳିଥିବା ବେଳେ ଅଗ୍ରୱାଲ ଅକ୍ଷୟ ସୁନୀଲଙ୍କୁ ନବରଙ୍ଗପୁରର ଉପ-ଜିଲ୍ଲାପାଳ ଭାବେ ଦାୟିତ୍ୱ ମିଳିଛି । ଦିବ୍ୟଜ୍ୟୋତି ପରିଡାଙ୍କୁ ଆରପିଏର ଅତିରିକ୍ତ ଦାୟିତ୍ୱ ମିଳିଛି ।

 

ସମ୍ବନ୍ଧିତ ଖବର