ମଦ ପାଇଁ ପତ୍ନୀଙ୍କୁ ପିଟି ପିଟି ହତ୍ୟା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ଗୋପାଳପୁର ଗ୍ରାମରେ ଘଟିଛି ଏକ ବର୍ବରୋଚିତ କାଣ୍ଡ। ମଦ ପାଇଁ ୫୦ ଟଙ୍କା ନ ଦେବାରୁ ବାବୁଲି ସୁତାର ଓରଫ ମୁନା ତା’ର ପତ୍ନୀ ବାସନ୍ତୀ (୨୮)ଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା କରିଛି। ବାବୁଲି ସୁତାର(ମୁନା) ମଦ ପିଇବା ଲାଗି ଆଜି ସ୍ତ୍ରୀ ବାସନ୍ତୀଙ୍କୁ ୫୦ ଟଙ୍କା ମାଗିଥିଲା। କିନ୍ତୁ ବାସନ୍ତୀ ମଦ ପିଇବା ପାଇଁ ଟଙ୍କା ଦେଇ ନଥିଲେ। ଏହାକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା  ହୋଇଥିଲା। ବଚସା ଉଗ୍ରରୂପ ନେବା ପରେ ବାବୁଲି କାଠ ଫାଳିଆରେ ବାଡ଼େଇ ବାଡ଼େଇ ମାରିଦେଇଥିଲା ସ୍ତ୍ରୀ ବାସନ୍ତୀଙ୍କୁ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ ବାସନ୍ତୀଙ୍କୁ ଘରେ ତାଲା ପକାଇ ବାବୁଲି ନିଜର ଦୁଇ ଛୋଟ ଝିଅଙ୍କୁ ଘରୁ ବାହାର କରି ଖସିଯିବାକୁ ଉଦ୍ୟମ କରିଥିଲା। ପରେ ମହାକାଳପଡା ପୁଲିସ ତାକୁ ପିଛା କରି ମାର୍ଶାଘାଇ ଅଂଚଳରୁ ଗିରଫ କରିବାରେ ସକ୍ଷମ ହୋଇଛି। ଗ୍ରାମବାସୀଙ୍କ ଉପସ୍ଥିତିରେ ପୁଲିସ ତାଲା ଭାଙ୍ଗି ଘର ଭିତରୁ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର