ବିଜେଡିକୁ ଭୋଟ୍‌ ନ ଦେବା ପାଇଁ ନବନିର୍ମାଣ କୃଷକ ସଂଗଠନର ଆହ୍ବାନ

ଭଦ୍ରକ/ଧାମନଗର: ଧାମନଗର ଉପନିର୍ବାଚନ ପାଇଁ ଏବେ ସରକାର ବିରୋଧରେ ତାତି ଉଠିଛି ନବନିର୍ମାଣ କୃଷକ ସଙ୍ଗଠନ। ବିଜେଡି ସପକ୍ଷରେ ଭୋଟ୍‌ ନଦେବା ପାଇଁ ନବନିର୍ମା‌ଣ କୃଷକ ସଙ୍ଗଠନ ପକ୍ଷରୁ ସଙ୍ଗଠନର ରାଷ୍ଟ୍ରୀୟ ନେତା ଅକ୍ଷୟ କୁମାର ଓ ଜିଲ୍ଲା ସଭାପତି ଶେଷଦେବ ନନ୍ଦ ଆହ୍ବାନ ଦେଇଛନ୍ତି। ଏହି ଦୁଇ କୃଷକ ନେତାଙ୍କ ନେତୃତ୍ବରେ ଗତକାଲି ନବନିର୍ମାଣ କୃଷକ ସଙ୍ଗଠନର ଶହ ଶହ କର୍ମୀ ଏକ ବିଶ୍ବାଳ ଶୋଭାଯାତ୍ରାରେ ଧାମନଗର ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳ ପରିକ୍ରମା କରିବା ସହ ବିଜେଡି ସରକାର ବିରୋଧରେ ନାରାବାଜି କରିଥିଲେ। ଧାମନଗରବାସୀ ବିଜେଡିକୁ ଭୋଟ୍‌ ନ ଦେବା ପାଇଁ ନବନିର୍ମାଣ କୃଷକ ସଙ୍ଗଠନ ନିବେଦନ କରିଛି। ଗତକାଲି ଧାମନଗରରେ ବିଭିନ୍ନ ସ୍ଥାନରେ ସଙ୍ଗଠନ ପକ୍ଷରୁ ପ୍ରତିବାଦ ଓ ଶୋଭାଯାତ୍ରା ହୋଇଥିବା ବେଳେ ଆସନ୍ତା ୩୦ ତାରିଖରେ ତିହିଡ଼ି ବ୍ଲକରେ ପୁଣି ଏକ ପ୍ରତିବାଦ ଶୋଭାଯାତ୍ରା କରାଯିବ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର