ଚିନି ବଦଳରେ ଚା’ରେ କୀଟନାଶକ ମିଶାଇଦେଲେ ମହିଳା, ୩ ମୃତ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ମୈନପୁରୀ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳା ଚା କରିବା ସମୟରେ ଚିନି ଭାବି ଚା’ରେ କିଟନାଶକ ପକାଇଦେଇଥି‌ଲେ। ଏହି କିଟନାଶକ ମିଶା ଚା ପିଇ ୩ ଜଣଙ୍କ ମୃତ୍ୟୁ ହୋଇଯାଇଛି।

ଏସ୍‌ପି କମଳେଶ ଦିକ୍ଷୀତଙ୍କ କହିବା ଅନୁଯାୟୀ ଶିବନନ୍ଦନ ଏବଂ ତାଙ୍କ ୨ ପୁଅ ଶିବାଙ୍ଗ (୬) ଏବଂ ଦିବ୍ୟାଂଶ (୫) ଏବଂ ତାଙ୍କ ଶ୍ବଶୁର ରବିନ୍ଦ୍ର ସିଂହ ଓ ଜଣେ ପଡ଼ୋଶୀ ସୋବରାନ ତାଙ୍କ ଘରେ ଚା’ ପିଇବାପରେ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ। ସେମାନଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ଡାକ୍ତର ରବିନ୍ଦ୍ର, ଶିବାଙ୍ଗ ଏବଂ ଦିବ୍ୟାଂଶଙ୍କୁ ମୃତ ଘୋଷଣା କରିଛନ୍ତି। ଅନ୍ୟପକ୍ଷେ ସୋବରାନ ଏବଂ ଶିବନନ୍ଦନଙ୍କ ଅବସ୍ଥା ଏବେ ବି ଅତି ଜଟିଳ ରହିଛି।

ସମ୍ବନ୍ଧିତ ଖବର