ପୁଲିସ କ୍ୟାମ୍ପ ଉପରେ ନକ୍ସଲ ହମଲା: ସୁରକ୍ଷାବାହିନୀର ପାଲଟା ଜବାବରେ ଛତ୍ରଭଙ୍ଗ ଦେଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡରେ ପୁଣି ନକ୍ସଲ ହମଲା ହୋଇଛି। ନୂତନ ଭାବେ ପୁଲିସ କ୍ୟାମ୍ପ ପ୍ରତିଷ୍ଠା ହେବା ଜାଣି ନକ୍ସଲ କ୍ୟାମ୍ପ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଏପରିକି ୟୁଜିବିଏଲ ବ୍ୟବହାର କରି ପୁଲିସକୁ ଧରାଶାୟୀ କରିବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି। ପୁଲିସ ପାଲଟା ଜବାବରେ ନକ୍ସଲ ଛତ୍ରଭଙ୍ଗ ଦେଇଛନ୍ତି। ତେବେ ଏହି ଗୁଳିବିମୟରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ।

ଘଟଣା ଅନୁଯାୟୀ ବିଜାପୁର ଜିଲ୍ଲାର ନକ୍ସଲ ପ୍ରଭାବିତ ଗୁଣ୍ଡମ ଅଂଚଳରେ ପୁଲିସ ତରଫର ନୂତନ ସିଆରପିଏଫ କ୍ୟାମ୍ପ ପ୍ରତିଷ୍ଠା କରାଗଲା। ଏହି ଖବର ନକ୍ସଲଙ୍କ ନିକଟରେ ପହଞ୍ଚିବା ପରେ ନକ୍ସଲ ପୁଲିସ ଉପରେ ଆକ୍ରମଣ କରିଥିଲେ। ପୁଲିସ ନକ୍ସଲ ହମଲା ଜାଣିବା ପରେ ନିଜକୁ ସୁରକ୍ଷିତ ରଖି ନକ୍ସଲ ଉପରେ ପାଲଟା ଆକ୍ରମଣ କରିଥିଲେ।ପୁଲିସ ଗୁଳିର ସାମ୍ନା କରିନପାରି ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। ପୁଲିସର ଅତର୍କିତ ଆକ୍ରମଣରେ ନକ୍ସଲ ଜଂଗଲରେ ଦୌଡ଼ି ପଳାଇବାରେ ସଫଳ ହୋଇଥିଲେ।

ପରେ ପୁଲିସ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ୫କିଲୋର ୬ଟି ଆଇଡି ବୋମାକୁ ଉଦ୍ଧାର କରିଛି। ଏହାପୂର୍ବରୁ ପୁଲିସ ଟେକଲାଗୁଡମରେ ଏକ ନୂତନ ପୁଲିସ କ୍ୟାମ୍ପ ପ୍ରତିଷ୍ଠା କରିଥିଲା। ମାଓବାଦୀ ସେହି କ୍ୟାମ୍ପ ଉପରେ ମଧ୍ୟ ଆକ୍ରମଣ କରିଥିଲେ। ସେହି ଆକ୍ରମଣରେ ୩ ଜଣ ଯବାନ ସହିଦ ହୋଇଥିବା ବେଳେ ଅନେକ ଯବାନ ଆହତ ହୋଇଥିଲେ ଏବଂ ୨ ନକ୍ସଲ ମଧ୍ୟ ମୃତ୍ୟୁବରଣ କରିଥିଲେ।

ସମ୍ବନ୍ଧିତ ଖବର