କର୍ପସ ପାଣ୍ଠିରୁ କ୍ଷତିଗ୍ରସ୍ତ ଜମାକରୀଙ୍କୁ ଟଙ୍କା ମିଳିଥିବା ତଥ୍ୟ ଦେଲେନି

ଭୁବନେଶ୍ବର : ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କୁ ସହାୟତା ଦେବା ଲାଗି ସରକାର ୩୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ କରିଥିଲେ। ବର୍ତ୍ତମାନ ସୁଦ୍ଧା କେତେ ଜମାକାରୀଙ୍କୁ କେତେ ଟଙ୍କା ସହାୟତା ଦିଆଗଲାଣି, ଏହାର ବିସ୍ତୃତ ତଥ୍ୟ ପ୍ରଦାନ କରିବେ କି? କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଏହି ପ୍ରଶ୍ନର ଏକ ଲମ୍ବା ଚଉଡ଼ା ଉତ୍ତର ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଲିଖିତ ଆକାରରେ ଦେଇଛନ୍ତି। ହେଲେ କେତେ ଜମାକାରୀଙ୍କୁ କେତେ ଟଙ୍କା ଦିଆଯାଇଛି ସେନେଇ ସୂଚନା ଦେଇନାହାନ୍ତି।

ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ ଜଷ୍ଟିସ୍ ମଦନମୋହନ ଦାସ ତଦନ୍ତ କମିସନ ପ୍ରଥମ ପର୍ଯ୍ୟାୟରେ ପ୍ରା‌ପ୍ତ ଠିକ୍ ସତ୍ୟପାଠ ଶୁଣାଣି ପରେ ଇତି ମଧ୍ୟରେ ୭ଟି ଅନ୍ତରୀଣ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି। ସେହି ରିପୋର୍ଟରେ ମାନ୍ୟବର କମିସନ କରିଥିବା ସୁପାରିସ ମୁତାବକ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କମିସନର ବିଭିନ୍ନ ରିପୋର୍ଟରେ କରିଥିବା ସୁପାରିଶ ମୁତାବକ କ୍ଷେତ୍ରୀୟ ତଦନ୍ତ ପରେ ଚିହ୍ନଟ ହୋଇଥିବା ପ୍ରକୃତ କ୍ଷୁଦ୍ର ଜମାକାରୀଙ୍କୁ ତାଙ୍କର ବାସ୍ତବ ଜମାରାଶି ରାଜ୍ୟ ସରକାର ଗଠନ କରିଥିବା ୩୦୦କୋଟି ଟଙ୍କାର କର୍ପସ ପାଣ୍ଠିରୁ କ୍ଷତିପୂରଣ ଆକାରରେ ପ୍ରଦାନ ପ୍ରକ୍ରିୟା ଚାଲୁଅଛି।

ସମ୍ବନ୍ଧିତ ଖବର