ଅଭିନନ୍ଦନଙ୍କ ପ୍ରତ୍ୟାବର୍ତନକୁ ଟ୍ବିଟ୍‌ ଯୋଗେ ସ୍ବାଗତ କଲେ ନବୀନ

ଭୁବନେଶ୍ବର : ସବୁ ପ୍ରତୀକ୍ଷାର ଅବସାନ ଘଟାଇ ଶେଷରେ ନିଜ ମାତୃଭୂମିରେ ପାଦ ଦେଇଛନ୍ତିି ପାକିସ୍ତାନ ଗିରଫ କରିଥିବା ଭାରତୀୟ ବାୟୁସେନାର ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତମାନ। ତାଙ୍କୁ ସ୍ବାଗତ କରିବା ପାଇଁ ଅଭିନନ୍ଦନର ସୁଅ ଛୁଟୁଛି। ଏଥିରେ ପଛରେ ପଡ଼ିନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ତୁରନ୍ତ ଟ୍ବିଟ୍‌ କରି ଭାରତକୁ ଫେରିଥିବା ସାହସୀ ହୃଦୟର ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ସ୍ବାଗତ କରିଛନ୍ତି। ‘ବୀରତ୍ବ ଓ ସାହସିକତା ମାଧ୍ୟମରେ ଆପଣ ଦେଶକୁ ଗର୍ବିତ କରିଛନ୍ତିି,’ ବୋଲି ସେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର