ଆମ୍ବୁଲାନ୍ସ ଦର ନିର୍ଦ୍ଧାରଣ କଲେ ରାଜ୍ୟ ସରକାର

ଭୁବନେଶ୍ବର : କରୋନା ମହାମାରୀ ଚାଲିଥିବାବେଳେ ଆମ୍ବୁଲାନ୍ସଗୁଡ଼ିକ ରୋଗୀମାନଙ୍କଠାରୁ ଅତ୍ୟଥିକ ଅର୍ଥ ଆଦାୟ କରୁଥିବା ଅଭିଯ଼ୋଗ ମିଳିବା ପରେ ରାଜ୍ୟ ସରକାର ଆମ୍ବୁଲାନ୍ସ ଦର ନିର୍ଦ୍ଧାରଣ କରିଛନ୍ତି । ଏ ନେଇ ରାଜ୍ୟ ସରକାର ଆଜି ରାଜ୍ୟ ପରିବହନ କର୍ତ୍ତୃପକ୍ଷ, ଆଞ୍ଚଳିକ ପରିବହନ କର୍ତ୍ତୃପକ୍ଷ ଓ ଘରୋଇ ହସପିଟାଲର ଆମ୍ବୁଲାନ୍ସଗୁଡ଼ିକୁ ନିର୍ଦ୍ଦେଶ ଜାରି କରିଛନ୍ତି ।

ଏହି ନିର୍ଦ୍ଦେଶ ଅନୁସାରେ ଉଭୟ ରୋଗୀ ପରିବହନ ଆମ୍ବୁଲାନ୍ସ (ପିଟିଏ), ବେସିକ ଲାଇଫ ସପର୍ଟ ଆମ୍ବୁଲାନ୍ସ (ବିଏଲଏସ) ଓ ଡାଭାନ୍ସଡ ଲାଇଫ ସପୋର୍ଟ ଆମ୍ବୁଲାନ୍ସ (ଏଏଲଏସ) ପାଇଁ ସର୍ବୋଚ୍ଚ ଦର ନିର୍ଦ୍ଧାରଣ କରାଯ଼ାଇଛି ।

ଯ଼େଉଁ ଆମ୍ବୁଲାନ୍ସ ଗାଡ଼ିର ମୂଲ୍ୟ ୮ ଲକ୍ଷ ଟଙ୍କା ପର୍ୟ଼୍ୟନ୍ତ ଥିବ ( ମାରୁତି ଓମନି, ଟାଟା ମ୍ୟାଜିକ, ଟାଟା ଇକୋ) ସେଗୁଡିକର ପିଟିଏ ଦର ସର୍ବାଧିକ ୭୫୦ ଟଙ୍କା, ବିଏଲଏସ ଦର ସର୍ବାଧିକ ୧୦୦୦ ଟଙ୍କା ନିର୍ଦ୍ଧାରଣ କରାଯ଼ାଇଛି । ସେହିପରି ଗାଡ଼ିର ମୂଲ୍ୟ ୮ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କା ମଧ୍ୟରେ ଥିଲେ ( ମହିନ୍ଦ୍ରା ବଲେରୋ) କ୍ଷେତ୍ରରେ ପିଟିଏ ଦର ସର୍ବାଧିକ ୧୦୦୦ ଟଙ୍କା ଓ ବିଏଲଏସ ଦର ସର୍ବାଧିକ ୧୫୦୦ ଟଙ୍କା ରଖାଯ଼ାଇଛି ।

ଅନ୍ୟପକ୍ଷରେ ଗାଡ଼ି ମୂଲ୍ୟ ୧୦ ଲକ୍ଷ ଟଙ୍କାର ଅଧିକ ( ଟାଟା ଓ୍ବିଙ୍ଗର, ଫୋର୍ସ ଟ୍ରାଭେଲର, ଟାଟା ୪୦୭ ଆଦି) କ୍ଷେତ୍ରରେ ପିଟିଏ ଦର ୧୨୫୦ ଟଙ୍କା, ବିଏଲଏସ ଦର ସର୍ବାଧିକ ୨୦୦୦ ଟଙ୍କା ଓ ଏଏଲଏସ ଦର ସର୍ବାଧିକ ୩୦୦୦ ଟଙ୍କା ରହିବ ।

ସମ୍ବନ୍ଧିତ ଖବର