ଭୁବନେଶ୍ବର: ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବା ଚିନ୍ତାଜନକ। ଏଥିପାଇଁ ପ୍ରଶାସନ ତରଫରୁ ନିଆଁକୁ ଆୟତ୍ତ କରିବା ପାଇଁ ସମସ୍ତ ଚେଷ୍ଟା ଜାରି ରହିଛି। ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ଲାଗି ଓଡ୍ରାଫ ଟିମ ନିୟୋଜିତ ହେବ।ଏହା ସହ ଉପଗ୍ରହ ସହାୟତାରେ ସମ୍ପୂର୍ଣ୍ଣ ଅଞ୍ଚଳକୁ ତଦାରଖ କରାଯାଉଛି। ବନାଗ୍ନି ପରିଚାଳନା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଗଠନ କରାଯାଇଥିବା ଟାସ୍କଫୋର୍ସର ଅଧ୍ୟକ୍ଷ ତଥା ପୂର୍ବତନ ପିସିସିଏଫ୍ ସନ୍ଦୀପ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏହା ସହ ଗ୍ରୀଷ୍ମ ଋତୁର ଆରମ୍ଭ ପୂର୍ବରୁ ଅଗ୍ନି ଲାଗୁଥିବା ପଦାର୍ଥଗୁଡିକୁ ବନ ବିଭାଗ ତତ୍ବାବଧାନରେ ଜାଳିବା ସହ ବନାଗ୍ନିର ବିସ୍ତାରକୁ ପ୍ରତିହତ କରିବା ନିମନ୍ତେ ପ୍ରାୟ ୪୫୦୦ ଲମ୍ବର ଅଗ୍ନିନିରୋଧକ ରେଖା ସୃଷ୍ଟି କରାଯାଇ ଅଛି । ୧୩୫୦୦ ଗୋଟି ସକ୍ରିୟ ବନ ସଂରକ୍ଷଣ ସମିତି, ଯୁଗ୍ମ ବନ ପରିଚାଳନା କମିଟି ଏବଂ ପରିବେଶ ସୁରକ୍ଷା ସମିତି ମାଧ୍ୟମରେ ସଭାସମିତି ଜରିଆରେ ସାଧାରଣ ଜନତା ନିମନ୍ତେ ସଚେତନତା ଅଭିଯାନ କରାଯାଇଅଛି ବୋଲି ସେ କହିଛନ୍ତି।
ଗତ କିଛି ଦିନ ହେବ ମୟୂରଭଞ୍ଜର ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିଯାଇଥିଲା । ବର୍ତ୍ତମାନ ଏହି ନିଆଁ ଭୟଙ୍କର ହେବାରେ ଲାଗିଛି । ନିଆଁ ଧିରେ ଧିରେ ବ୍ୟାପିବାରେ ଲାଗିଛି । ଅଗ୍ନିଶମ ବାହିନୀ ନିଆଁ ଲିଭାଇବା କାମରେ ନିୟୋଜିତ ଅଛନ୍ତି । ବର୍ତ୍ତମାନ ନିଆଁ ଲିଭାଇବା କାମକୁ ବ୍ୟାପକ କରିବାକୁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର ।