ପାଇକ ବିଦ୍ରୋହର ସ୍ମାରକୀ ମୁଦ୍ରା ପ୍ରଚଳନ ପାଇଁ ରାଜ୍ୟ ସରକାର ଚୂଡ଼ାନ୍ତ କଲେ ଡିଜାଇନ୍‌

ଭୁବନେଶ୍ୱର: ଓଡ଼ିଶାଗୁ ଗର୍ବିତ କରାଇଥିବା ପାଇକ ବିଦ୍ରୋହ ଖୁବଶୀଘ୍ର ମୁଦ୍ରାରେ ସ୍ଥାନ ପାଇବାକୁ ଯାଉଛି। ୧୮୧୭ ମସିହାରେ ହୋଇଥିବା ଏହି ପାଇକ ବିଦ୍ରୋହ ବିଶ୍ୱ ଦରବାରରେ ଓଡ଼ିଶାର ମୁଣ୍ଡ ଉପରକୁ କରିଥିଲା। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଦ୍ୱାରା ଚୂଡାନ୍ତ ହୋଇଥିବା ଡିଜାଇନକୁ କେନ୍ଦ୍ର ସରକାରଙ୍କ ପାଖକୁ ପଠାଯିବ। ଏହାପରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସ୍ମାରକୀ ମୁଦ୍ରାରେ ଏହି ଫଟୋ ଚିତ୍ର ସ୍ଥାନ ପାଇବ। ଏହି ଫଟୋ ଚିତ୍ରରେ ପାଇକ ବିଦ୍ରୋହ ଓ ବିପ୍ଲବୀ ବକ୍ସି ଜଗବନ୍ଧୁ ଘୋଡ଼ା ଉପରେ ବସିଥିବାର ଚିତ୍ର ରହିଛି।

ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ମାରକୀ ମୁଦ୍ରା ପ୍ରଚଳନ ନିମନ୍ତେ ରାଜ୍ୟ ସରକାରଙ୍କଠାରୁ କେନ୍ଦ୍ର ପ୍ରସ୍ତାବ ମାଗିଥିଲା । ଏ ନେଇ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ବିଶେଷଜ୍ଞମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା। ଏହି କମିଟିରେ ସଂସ୍କୃତି ସଚିବ ମନୋରଂଜନ ପାଣିଗ୍ରାହି ସମେତ ଶିଳ୍ପୀ ରଘୁନାଥ ପାଣିଗ୍ରାହୀ, ବିକେ ଆର୍ଟ କଲେଜର ଅଧ୍ୟାପକ ତଥା ଶିଳ୍ପୀ ଗଜେନ୍ଦ୍ର ସାହୁ, ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଆଦି ସାମିଲ ଥିଲେ। ଚାରି ଥର ବୈଠକ ବସିବା ପରେ ୪ଟି ଫଟୋ ବଛାଯାଇ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଯାଇଥିଲା। ତା’ ଭିତରୁ ଗୋଟିଏ ଫଟୋକୁ ମନୋନୀତ କରାଯାଇଛି।

ସମ୍ବନ୍ଧିତ ଖବର