ମୋବାଇଲ୍ ଫୋନ୍ ଲୁଟେରାକୁ କାବୁ କଲେ ଲୋକେ

ଧର୍ମଶାଳା: ମୋବାଇଲ୍ ଫୋନ୍ ଲୁଟେରାକୁ କାବୁ କଲେ ଲୁଟ୍‌ର ଶିକାର ହୋଇଥିବା ଯୁବକ। ଲୁଟେରାର ସୂଚନା ଆଧାରରେ  ସ୍ଥାନୀୟ ଅଂଚଳର ଅନ୍ୟ ୩ଜଣ ସହଯୋଗୀଙ୍କୁ ପୁଲିସ୍‌ ଆଜି ଧର୍ମଶାଳା ଥାନାକୁ ଉଠାଇ ଆଣିଛି। ଏମାନେ ୧୬ ନମ୍ବର ଜାତୀୟ ରାଜପଥର ଚଣ୍ତିଖୋଲଠାରୁ ପାଣିକୋଇଲି ମଧ୍ୟରେ ସୁନାଚେନ୍ ଓ ମୋବାଇଲ୍ ଲୁଟ୍, ଗୋରୁ ଗାଡ଼ିରୁ ଦାଦାବଟି ଆଦାୟ କରୁଥିବା ଜଣାପଡ଼ିଛି।

ଧର୍ମଶାଳା ଥାନା ଅନ୍ତର୍ଗତ ଚୋରମୁହାଁ ଗ୍ରାମର ଜଣେ ଯୁବକ ଗତକାଲି ପାଣିକୋଇଲି ପଟୁ ଏକ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ଖଣ୍ତିତର ନିକଟ ଖରସ୍ରୋତା ବ୍ରିଜ୍‌ରେ ଲୁଟେରାମାନେ ତାଙ୍କ ମୋବାଇଲ୍ ଛଡ଼ାଇ ନେଇଥିଲେ। ଆଜି ଜାରକା ନିକଟ ବ୍ରାହ୍ମଣୀ ବ୍ରିଜ୍ ନିକଟରେ ସେମାନଙ୍କୁ ଦେଖି ଉକ୍ତ ଯୁବକ ସ୍ଥାନୀୟ ଲୋକମାନଙ୍କ ସହାୟତାରେ ଜଣଙ୍କୁ କାବୁ କରି ନେଇଥିଲେ। ଅନ୍ୟ ଅଭିଯୁକ୍ତମାନେ ଫେରାର୍ ହୋଇ ଯାଇଥିଲେ। ପରେ ସଂପୃକ୍ତ ଲୁଟେରାକୁ ଲୋକେ ପୁଲିସ୍‌ ଜିମା ଦେଇଥିଲେ।

ସମ୍ବନ୍ଧିତ ଖବର