ମାଙ୍କଡ଼ ଆକ୍ରମଣରେ ବ୍ୟବସାୟୀ ଗୁରୁତର

ନଠୁଆବର: ରସୁଲପୁର ବ୍ଲକ କଲଣ ବଜାରରେ ମାଙ୍କଡ଼ ଆକ୍ରମଣରେ ବ୍ୟବସାୟୀ ଧର୍ମେନ୍ଦ୍ର ସାମଲ(୪୯) ଗୁରୁତର ହୋଇଛନ୍ତି। ତାଙ୍କ ଘର ଧର୍ମଶାଳା ଥାନା କୁମାରୀ ପଞ୍ଚାୟତରେ। ତାଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାରକରି ଧର୍ମଶାଳା ଡାକ୍ତରଖାନାକୁ ପଠାଇଥିଲେ। ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ସେ କଲଣ ବଜାରକୁ ବାଇକରେ ପ୍ରବେଶ କରୁଥିବାବେଳେ ରାସ୍ତାକଡ଼ରେ ଥିବା ଏକ ଗଛରୁ ମାଙ୍କଡ଼ପଲ ତାଙ୍କ ଉପରକୁ କୁଦା ମାରିଥିଲେ।

ଫଳରେ ସେ ବାଇକ୍‌ ଓ ଗୋଟିଏ ମାଙ୍କଡ଼ ସହ ସେଠାରେ ପଡ଼ିଯାଇଥିଲେ। ତାଙ୍କ ଉପରେ ମାଙ୍କଡ଼ପଲ ଡିଆଁକୁଦା କରିଥିଲେ। ୪ଟି ମାଙ୍କଡ଼ ତାଙ୍କୁ  ଘେରି ରହିଥିଲେ। ଏହା ଦେଖି ବଜାରରେ ଥିବା ଲୋକମାନେ ଚିତ୍କାର କରିବାରୁ ମାଙ୍କଡ଼ପଲ ପଳାଇ ଯାଇଥିଲେ। ଏକ ଘରୋଇ କାର ଯୋଗେ ତାଙ୍କୁ ଡାକ୍ତରଖାନକୁ ପଠାଯାଇଥିଲା।

ସମ୍ବନ୍ଧିତ ଖବର