ଅନିମେଶଙ୍କୁ ମିଳିଲା ଓଜେଏସ୍‌

ଚଣ୍ଡିଖୋଲ: ବଡ଼ଚଣା ବ୍ଲକ ଚାରିନଙ୍ଗଳ ଗ୍ରାମର ଅନିମେଶ ସାମଲ ଓଡ଼ିଶା ନ୍ୟାୟିକ ସେବା ଓଜେଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ସେ ଏହି ପରୀକ୍ଷାରେ ୩୨ ତମ ସ୍ଥାନ ଅଧିକାର କରିଛନ୍ତି। ଅନିମେଶ ସାମଲ ହେଉଛନ୍ତି ଚଣ୍ଡିଖୋଲ ବାବା ଭୈରବାନନ୍ଦ ସ୍ୱୟଂଶାସିତ ମହାବିଦ୍ୟାଳୟର ଗଣିତ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ବିଜୟ କୁମାର ସାମଲଙ୍କର ପୁତ୍ର।

ଶିକ୍ଷାବିତ୍‌ ବିନ୍ଦୁମିତ୍ର ବଳ, ଆଇନଜୀବୀ ଉଦୟନାଥ ସାହୁ, କୋର୍ଟ ବାର ଅସୋସିସିସନ ସଭାପତି ଦେବରାଜ ବେହେରା, ସମ୍ପାଦକ ପ୍ରକାଶ ଦାଶ ଓ ପୂର୍ବତନ ସରପଞ୍ଚ ବିଳାଶ ଚନ୍ଦ୍ର ବାରିକ ପ୍ରମୁଖ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର