ରାଜ୍ୟ ସରକାର ବଢ଼ାଇଲେ ପୁଲିସ କର୍ମଚାରୀଙ୍କ ବିଭିନ୍ନ ଭତ୍ତା, ଖାଦ୍ୟ ଭତ୍ତା ୧୪୦୦ ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟ ସରକାର ଶନିବାର ପୁଲିସ କର୍ମଚାରୀଙ୍କ ବିଭିନ୍ନ ଭତ୍ତା ବୃଦ୍ଧି କରିଛନ୍ତି। ଓଡ଼ିଶା ସରକାରଙ୍କ ଘୋଷଣା ଅନୁସାରେ ପୁଲିସ କର୍ମଚାରୀମାନେ ଏଣିକି ନୂତନ ଦରରେ ଭତ୍ତା ଟଙ୍କା ପାଇବେ। ସରକାରଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣାରୁ କନଷ୍ଟେବଲଙ୍କ ଠାରୁ ଇନ୍ସପେକ୍ଟର ଯାଏଁ ଉପକୃତ ହେବେ।

ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ କନଷ୍ଟେବଲ, ହାବିଲଦାର, ସିପାହୀମାନଙ୍କ ଖାଦ୍ୟ ଭତ୍ତା ବୃଦ୍ଧି କରାଯାଇଛି। ଏହି ଶ୍ରେଣୀର ପୁଲିସ କର୍ମଚାରୀମାନେ ୧୧୫୦ ଟଙ୍କା ସ୍ଥାନରେ ୧୪୦୦ ଟଙ୍କା ଖାଦ୍ୟ ଭତ୍ତା ପାଇବେ। ସେହିପରି ଏଏସ୍‌ଆଇ, ଏସ୍‌ଆଇ ଓ ଇନ୍ସପେକ୍ଟର ମାନେ ବର୍ଦ୍ଧିତ ଦରରେ ବାଇକ୍‌ ଭତ୍ତା ପାଇବେ। ରାଜ୍ୟ ସରକାର ବାଇକ୍‌ ଭତ୍ତା ୭୦୦ ଟଙ୍କାରୁ ୧୦୫୦ ଟଙ୍କାକୁ ବୃଦ୍ଧି କରିଛନ୍ତି।

ସମ୍ବନ୍ଧିତ ଖବର