ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ଦାୟିତ୍ବ ନେଲେ ପ୍ରଦୀପ ମାଝୀ

ଭୁବନେଶ୍ବର : ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟାଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହି ଅବସରରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା, ବିଧାୟକ ମକରନ୍ଦ ମୁଦୁଲି, ବିଧାୟକ ରଘୁରାମ ପଡ଼ାଲ, ପୂର୍ଣ୍ଣଚନ୍ଦ୍ର ବାକା, ପ୍ରଭୁ ଜାନି, ରଘୁନାଥ ଗମାଙ୍ଗ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ରାଜ୍ୟ ଉପଦେଷ୍ଟା ସୁଧୀର ଦାସ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ସଚିବ ରୁପାରୋଶନ ସାହୁ, ସ୍ବତନ୍ତ୍ର ଉନ୍ନୟନ ପରିଷଦର ରାଜ୍ୟସ୍ତରୀୟ ପ୍ରଶାସନିକ ସଂସ୍ଥା ସଚିବ ସୁମିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ଶ୍ରୀ ମାଝୀ କହିଥିଲେ ଯେ ଆଦିବାସୀଙ୍କ ଜଳ, ଜମି ଓ ଜଙ୍ଗଲ ଉପରେ ଅଧିକାର ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ। ପରିଷଦର ୯ଟି ଆଦିବାସୀ ବହୁଳ ଜିଲ୍ଲାରେ କଳା, ସଂସ୍କୃତି ଓ ଜୀବନଜୀବିକାକୁ ପାଥେୟ କରି ଆଦିବାସୀଙ୍କ ଜୀବନରେ ପରିବର୍ତନ ପାଇଁ ନିଜର ଚେଷ୍ଟା ଜାରି ରଖିବ ବୋଲି ସେ କହିଥିଲେ। ଏହି ଅବସରରେ ପରିଷଦର ୯ଟି ଜିଲ୍ଲାର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କୁ ସମ୍ମାନିତ କରାଯାଇଥିଲା।

ସମ୍ବନ୍ଧିତ ଖବର