୨୦୨୪ ସୁଦ୍ଧା ଏସ୍‌ସିବିର ବିଶ୍ବସ୍ତରୀୟ କାର୍ଯ୍ୟ ସରିବ

ଭୁବନେଶ୍ବର : କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ବିଶ୍ବସ୍ତରୀୟ କାର୍ଯ୍ୟ ୨୦୨୪ ସୁଦ୍ଧା ସଂପୂର୍ଣ୍ଣ ହେବ। ୨୦୨୧ ମସିହା ଫେବ୍ରୁଆରି ୩ ତାରିଖରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହାର ପରିକଳ୍ପନା କରାଯାଇଥିଲା। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ମୋଟ ୪୪୭୪ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଥିବା ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ।

ବିଧାୟକ ନାଉରୀ ନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ପୂଜାରୀ କହିଛନ୍ତି ଯେ ଏସ୍‌ସିବିର କାର୍ଯ୍ୟ ୨ଟି ପ୍ରମୁଖ ପ୍ୟାକେଜ ଯଥା କ୍ଲିନିକାଲ ପ୍ୟାକେଜ ଓ ରେସିଡେନ୍‌ସିଆଲ ପ୍ୟାକେଜରେ ସଂପାଦନ ସଂପାଦନ କରାଯାଉଛି। ମେସର୍ସ ଏଲ ଏଣ୍ଡ ଟି ଓ ମେସର୍ସ ଏନ୍‌ସିସିକୁ ଚୁକ୍ତିବଦ୍ଧ କରାଯାଇଛି। ଏଥିରେ ୪ଟି କ୍ଲିନିକାଲ ବ୍ଲକ୍ ଓ ୨ଟି ୟୁଟିଲିଟି ବ୍ଲକ୍ ନିର୍ମାଣ କରାଯିବ। ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ ହେବା ପରେ ସମୁଦାୟ ଅନ୍ତଃବିଭାଗ ଶଯ୍ୟା ସଂଖ୍ୟା ୪୨୪୦ ଶଯ୍ୟାକୁ ବୃଦ୍ଧି ପାଇବ। ସେହିପରି ଯାଜପୁରରେ ୧୦୦ ଶଯ୍ୟା ବିଶିଷ୍ଟ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ କରାଯାଉଛି। ଏହାସହ ପୁରୀଠାରେ ଟର୍ଣ୍ଣ କି ଜରିଆରେ ୬୫୦ଶଯ୍ୟା ବିଶିଷ୍ଟ ଟିଚିଂ ହସ୍ପିଟାଲ, ଫୁଲବାଣୀଠାରେ ୧୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ଓ କୋରାପୁଟରେ ଟର୍ଣ୍ଣ କି ଜରିଆରେ ୬୫୦ ଶଯ୍ୟା ବିଶିଷ୍ଟ ଟିଚିଂ ହସ୍ପିଟାଲ ନିର୍ମାଣ କରାଯାଉଛି।

ସମ୍ବନ୍ଧିତ ଖବର