ଜବରଦଖଲରେ ହିନ୍ଦ୍ କୁଷ୍ଠ ନିବାରଣ ସଂଘ କାର୍ଯ୍ୟାଳୟ

ଭୁବନେଶ୍ବର : ରାଜଧାନୀରେ ଥିବା ହିନ୍ଦ୍‌ କୁଷ୍ଠ ନିବାରଣ ସଂଘର ପ୍ରଶାସନିକ କାର୍ଯ୍ୟାଳୟ, ସଭାଗୃହ ଓ କର୍ମଚାରୀ ନିବାସ ନିର୍ମାଣ ଲାଗି ୟୁନିଟ୍‌-୯ସ୍ଥିତ ରେକଡ୍ରସ ଭବନ ପଛପଟେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ୧୯୯୪ ମସିହାରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସଂପୃକ୍ତ ସ୍ଥାନ କିଛି ବ୍ୟକ୍ତିଙ୍କ ଜବର ଦଖଲରେ ଥିବା ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ପୂଜାରୀ କହିଛନ୍ତି ଯେ ୨୦୧୯ ମସିହା ନଭେମ୍ବର ୩୦ ତାରିଖରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଚିଠି ଅନୁସାରେ କେନ୍ଦ୍ରୀୟ ଏନଫୋର୍ସମେଣ୍ଟ ମନିଟରିଂ କମିଟି(ସିଏମ୍‌ଇସି) ପକ୍ଷରୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ କରାଯାଇଥିଲା। ତେବେ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ଅନୁସାରେ ଉଚ୍ଛେଦ କାର୍ଯ୍ୟ ସ୍ଥଗିତ ଅଛି। ଏହି ଆଦେଶରେ ଅଦଲାତ ବିଏମ୍‌ସି କମିସନରଙ୍କୁ ଆବେଦନକାରୀଙ୍କ ଦରଖାସ୍ତକୁ ବିଚାର କରି ନିଷ୍ପତ୍ତି ନେବା ପାଇଁ ଆଦେଶ ପ୍ରଦାନ କରିଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର