କେସିଆର୍‌ଙ୍କ ଝିଅ ଖୁବ୍‌ଶୀଘ୍ର ଗିରଫ ହେବେ, ବିଜେପି ନେତାଙ୍କ ଦାବି

ତିରୁପତି : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ କବିତା ଖୁବ୍‌ଶୀଘ୍ର ଗିରଫ ହେବେ। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ କବିତାଙ୍କୁ ସିବିଆଇ ଦ୍ବାରା ଗିରଫ କରାଯିବ ବୋଲି ଜଣେ ବିଜେପି ନେତା ଦାବି କରିଛନ୍ତି।

ତେଲେଙ୍ଗାନା ବିଜେପି ନେତା ବି‌ବେକ ଦାବି କରିଛନ୍ତି ଯେ ଅବକାରୀ ଦୁର୍ନୀତି ମାମଲାରେ ଆହୁରି ଅଧିକ ଲୋକ ଗିରଫ ହେବେ। କବିତା ମଧ୍ୟ ଖୁବ୍‌ଶୀଘ୍ର ଗିରଫ ହୋଇପାରନ୍ତି। କବିତା ପଂଜାବ ଏବଂ ଗୁଜରାଟ ବିଧାନସଭା ନିର୍ବାଚନରେ ଆପ୍‌କୁ ୧୫୦ କୋଟି ଟଙ୍କା ଦେଇଥିଲେ ବୋଲି ବିଜେପି ନେତା ଜଣଙ୍କ ଦାବି କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଅବକାରୀ ଦୁର୍ନୀତି ମାମଲାରେ ଦାଖଲ ହୋଇଥିବା ଇଡି ( ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଚାର୍ଜସିଟ୍‌ରେ କବିତାଙ୍କ ନାଁ ଥିଲା।

ସମ୍ବନ୍ଧିତ ଖବର