କଳାହାଣ୍ଡି ଜିଲ୍ଲା ଗୁଣ୍ଡି ସଂରକ୍ଷିତ ଜଙ୍ଗଲରେ ଏସ୍‌ଓଜି ଯବାନ ଓ ମାଓବାଦୀ ଗୁଳି ବିନିମୟ: ମାଓ ଶିବିର ଠାବ, ମାଓ ସାମଗ୍ରୀ ଜବତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସଦର ବ୍ଲକ୍ ଅନ୍ତର୍ଗତ ଯୁଗସାଏପାଟଣା ପଞ୍ଚାୟତର ଗୁଣ୍ଡି ସଂରକ୍ଷିତ ଅଞ୍ଚଳର ସାନଶୋଷ ପଦର, ସିନ୍ଧାକୋଟି, ପେରପଦର, ତୋରାଗୁମା ଜଙ୍ଗଲରେ  ମାଓବାଦୀ ଓ ଏସ୍‌ଓଜି ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଯବାନଙ୍କ କମ୍ବିଂ ବେଳେ ମାଓ କ୍ୟାମ୍ପ ଠାବ ହେବା ସହିତ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ଗୁରୁବାର ବିଳମ୍ବିତ ରାତିରୁ ନାଗାବଳୀ ଘୁମୁସୁର ଡିଭିଜନର କିଛି ମାଓ ସଦସ୍ୟ ଭବାନୀପାଟଣା ସଦର ଥାନା ଅଞ୍ଚଳ ଯୁଗସାଇପାଟଣା ପଞ୍ଚାୟତର ଗୁଣ୍ଡି ସଂରକ୍ଷିତ ଅଞ୍ଚଳରେ ଥିବା ପୁଲିସ୍‌କୁ ସୂଚନା ମିଳିଥିଲା। ଆଜି ସକାଳେ ୩ଟି ଏସଓଜି ଟିମ୍ ଅପରେସନ୍ ଜାରି ରଖିଥିଲେ। ପୂର୍ବାହ୍ନ ସାଢେ ୯ଟାରେ ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସାନଶୋଷ ପଦରଠାରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ସମୟରେ ଏକ ମାଓ କ୍ୟାମ୍ପ୍‌ ଠାବ ହୋଇଥିବା ବେଳେ କିଛି ମାଓବାଦୀ ଆହତ ହୋଇଥିବା ପୁଲିସ୍‌ ସୂଚନା ଦେଇଛି। ମାଓ କ୍ୟାମ୍ପରୁ ସର୍ଚ୍ଚ ଅପରେସନ୍‌ ବେଳେ ଗୋଟିଏ କିଟ୍‌ ବ୍ୟାଗ, ୧୧ଟି ପାଣି ଜାର୍‌, ୨ଟି ଔଷଧ ବାକ୍ସ, ଗୋଟିଏ ଛୁରି, ୨ ହଳ ଚପଲ, ଗୋଟିଏ ବେଲ୍ଟ, ୪ଟି ଛତା, ଗୋଟିଏ ବାଲଟି, ଗୋଟିଏ ବକ୍ସ ଏଞ୍ଜେକ୍ସନ, ୩ଟି ଝୁଲା ବ୍ୟାଗ, ୨ ହଳ ସିଭିଲ ଡ୍ରେସ, ଗୋଟିଏ ମଶାରୀ, ବାସନ କୁସନ, ମାଓ ପୁସ୍ତିକା, ପାମ୍ପ୍ଲେଟ ଆଦି ପୁଲିସ ଜବତ କରିଛି। ତେବେ ଗୁଳି ବିନିମୟ ବେଳେ ମାଓବାଦୀ ମାନେ କ୍ୟାମ୍ପ ଛାଡି ଛତ୍ରଭଙ୍ଗ ଦେଇଥିଲେ। ସମ୍ପୃକ୍ତ ମାଓବାଦୀମାନେ ବଂଶଧାରା-ଘୁମସର-ନାଗାବଳୀ ଡିଭିଜନର ସଦସ୍ୟ ଥିବା ଏସ୍‌ପି ବାତୁଳା ଗଙ୍ଗାଧର ଏକ ପ୍ରେସ୍‌ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର