ଦୁର୍ଘଟଣାରେ ଛାତ୍ର ମୃତ : ଟ୍ରକ୍‌ ଜାଳିଦେଲେ ଉତ୍ତ୍ୟକ୍ତ  ଲୋକେ

ବାଲେଶ୍ବର/ରୁପ୍‌ସା : ବାଲେଶ୍ବର ସଦର ବ୍ଲକ ଅନ୍ତର୍ଗତ ହଳଦୀପଦା-କଷାଫଳ ମୁହାଣ ରାସ୍ତାର ସୋଲପଟା ନିକଟରେ ଆଜି ସଂଧ୍ୟା ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟିଉସନରୁ ଫେରୁଥିବା ବେଳେ ଟ୍ରକ୍ ଧକ୍କାରେ ଜନୈକ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ହୋଇଛି। ସେ ହେଉଛନ୍ତି ସାର୍ଥା ପଞ୍ଚାୟତ ବୁଦ୍ଧିଆମାରି ଗ୍ରାମର ଜୟପ୍ରକାଶ ପାତ୍ରଙ୍କ ପୁଅ ରାଜପ୍ରକାଶ। ଘଟଣା ପରେ ଟ୍ରକ୍‌ଟି ଫେରାର ହୋଇଯାଉଥିବା ବେଳେ ଉତ୍ତ୍ୟକ୍ତ  ଲୋକେ କିଛି ଦୂରରେ ତାକୁ ଅଟକାଇ ନିଆଁ ଲଗାଇଦେବା ସହ ସମ୍ପୃକ୍ତ ଡ୍ରାଇଭରକୁ ନିସ୍ତୁକ ମାଡ଼ ମାରିଛନ୍ତି।

ସମ୍ବନ୍ଧିତ ଖବର