ପ୍ରେମିକାର ଅନ୍ତରଙ୍ଗ ଫଟୋ ଭାଇରାଲ, ବନ୍ଧା ହେଲେ ପ୍ରେମିକ

ଭୁବନେଶ୍ୱର: ପ୍ରେମ ଦିବସରେ ପ୍ରେମୀଯୁଗଳ ପ୍ରତିଟି ମୁହୂର୍ତ୍ତକୁ ଉପଭୋଗ କରୁଥିବା ବେଳେ ସହିଦ ନଗର ଥାନା ଅଧୀନରେ ଘଟିଛି ଅଭାବନୀୟ ଘଟଣା। ପ୍ରେମିକାର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ଭାଇରାଲ କରିଛି ପ୍ରେମିକ। ପ୍ରେମିକାକୁ ଧୋକା ଦେଇ ବଦନାମ କରିଛି। ଏଭଳି ଏକ ଧୋକାଦିଆ ପ୍ରେମିକକୁ ଗିରଫ କରିଛି ସହିଦ ନଗର ପୁଲିସ। ଗିରଫ ଅଭିଯୁକ୍ତ ହେଲେ ଅଭିଷେକ ପଣ୍ଡା। ଘର ତମାଣ୍ଡୋ କଳିଙ୍ଗନଗର ଅଞ୍ଚଳରେ। ସୂଚନାଯୋଗ୍ୟ ଯେ, ସହିଦନଗର ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ସହ ଦୀର୍ଘ ୪ ବର୍ଷ ଧରି ଅଭିଷେକଙ୍କ ପ୍ରେମ ସଂପର୍କ ଥିଲା। ଉଭୟ ବିବାହ କରିବା ପାଇଁ ଯୋଜନା କରିଥିଲେ। ଏପରିକି ଯୁବତୀଙ୍କୁ ବିଭିନ୍ନ ହୋଟେଲ ନେଇ ତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ। ପରବର୍ତୀ ସମୟରେ ଅନ୍ୟ ଜଣେ ଝିଅକୁ ବିବାହ କରିବାକୁ ପରିବାର ଲୋକ ରାଜି ହୋଇଯିବା ଖବର ଯୁବତୀ ଜଣଙ୍କ ଜାଣିବାରୁ ଅଭିଷେକଙ୍କୁ ଏ ନେଇ ବୁଝାଇଥିଲେ। ହେଲେ ଅଭିଷେକ ତାଙ୍କୁ ଧମକ ଦେବା ସହ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ଏ ନେଇ ଯୁବତୀ ଜଣଙ୍କ ସହିଦନଗର ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତ ପ୍ରେମିକକୁ ଗିରଫ କରାଯାଇଛି। ଅପରାହ୍‌ଣରେ ତାକୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର