ଭିମସାର ଉପରେ ବଢୁଛି ଚାପ: ୩୮ ପ୍ରଫେସର, ଆସୋସିଏଟ ପ୍ରଫେସର ନିଯୁକ୍ତି ଦାବି

ନିର୍ଦେଶକଙ୍କୁ ଚିଠି ଦେଲା ଓମଟା

ସମ୍ବଲପୁର: ସଦର ଡାକ୍ତରଖାନା ହେଲା କୋଭିଡ୍‌ ଚିକିତ୍ସାଳୟ। ଏହାଫଳରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଗବେଷଣା କେନ୍ଦ୍ର (ଭିମ‌୍‌ସାର)ରେ ଚାପ ବଢ଼ିଛି। ଏହା ସତ୍ତ୍ବେ ଏଠାରେ ଖାଲି ଥିବା ପ୍ରାୟ ୩୮ ପ୍ରଫେସର ଏବଂ ଆସୋସିଏଟ ପ୍ରଫେସର ପଦରେ କାହିଁକି ନିଯୁକ୍ତି ହେଉନାହିଁ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ବାକି ଥିବା ଡାକ୍ତରଙ୍କ ପଦୋନ୍ନତି ପାଇଁ ଦାବି କରିଛି ଓମ୍‌ଟା। ଏ ସଂକ୍ରାନ୍ତରେ ସଂଘ ପକ୍ଷରୁ ଭିମସାର ନିର୍ଦେଶକଙ୍କୁ ପତ୍ର ଲେଖାଯାଇଛି।

ଭିମସାର କ୍ୟାଡରଙ୍କ ନିଯୁକ୍ତି ହେଉନି, ଏଣେ ଗୁରୁତ୍ବପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରୁଛନ୍ତି ଅଣକ୍ୟାଡର୍‌ ଡାକ୍ତର। ଅନ୍ୟଦିଗରେ ଭିମସାରରେ ରୋଗୀ ସଂଖ୍ୟା ବୃଦ୍ଧି ପାଇଥିବାରୁ, ଅଣକୋଭିଡ୍‌ ରୋଗୀଙ୍କ ଚିକିତ୍ସା ବର୍ତ୍ତମାନ ଏହି ଅନୁଷ୍ଠାନ ପାଇଁ ଚ୍ୟାଲେଞ୍ଜ ହୋଇଛି। ଏଭଳି ସ୍ଥିତିରେ ୩୮ ପ୍ରଫେସର ଏବଂ ଆସୋସିଏଟ ପ୍ରଫେସରଙ୍କୁ ପଦୋନ୍ନତି ଦିଆଯାଇ ଭିମସାର ପ୍ରବନ୍ଧନ ଦାୟିତ୍ବ ଦିଆଗଲେ ଅନୁଷ୍ଠାନର ଉନ୍ନତି ହୋଇପାରିବ ବୋଲି ଓମଟା କହିଛି। ଆହୁରି ମଧ୍ୟ ଭିମ୍‌ସାର ଆସିଷ୍ଟାଣ୍ଡ ପଦରେ ମଧ୍ୟ ୨୦ରୁ୨୫ ଡାକ୍ତରଙ୍କ ଠିକାରେ ନିଯୁକ୍ତି ହୋଇଛି। ତେଣୁ ଏଠାରେ ଅଧିକ ସଂଖ୍ୟକ କ୍ୟାଡରଭୁକ୍ତ ନିଯୁକ୍ତି ପାଇଁ ଦାବି ହୋଇଛି। ସୂଚନା ଅନୁଯାୟୀ, ଡ.ଅଶ୍ବିନୀ ପୂଜାହାରୀ ନିର୍ଦେଶକ ଥିବାବେଳେ ୧୦୦ ଡାକ୍ତରଙ୍କ ନିଯୁକ୍ତି ପାଇଁ ଲକ୍ଷ୍ୟ ରଖାଯାଇଥିଲା। ମାତ୍ର ଏହା ଆଜି ପର୍ଯ୍ୟନ୍ତ ହୋଇପାରିନି।

ସମ୍ବନ୍ଧିତ ଖବର