ଟ୍ରାକ୍ଟର ଧକ୍କାରେ କାକା ଓ ପତୁରାଙ୍କ ମୃତ୍ୟୁ

ଜୁନାଗଡ଼ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ସନ୍ନ୍ୟାସୀ କୁଣ୍ଡାମାଲଠାରେ ବୁଧବାର ସନ୍ଧ୍ୟାରେ ଏକ ଟ୍ରାକ୍ଟର ଧକ୍କାରେ କାକା ଓ ପୁତୁରାଙ୍କ ମୃତ୍ୟୁ ହୋଇଛି।

ଧର୍ମଗଡ଼ ବ୍ଲକ୍‌ ଝାରକୁଣ୍ଡାମାଲ ଗ୍ରାମର ଜଗବନ୍ଧୁ ଶବର (୨୮ ବର୍ଷ) ଓ ତାଙ୍କ ପୁତୁରା ଟିକେମଣି ଶବର (୨୨ ବର୍ଷ) ଜୁନାଗଡ଼ ବ୍ଲକ୍‌ କାଲୋପଲା ଗ୍ରାମକୁ କାମ କରିବା ପାଇଁ ଆସିଥିଲେ। କାମ ସାରି ଅପରାହ୍ଣରେ ବାଇକ୍‌ (ଓଡି ୦୮ଜେ-୬୪୮୦)ରେ ଉଭୟେ ଭବାନୀପାଟଣା ଅଭିମୁଖେ ଫେରୁଥିଲେ। ଏହି ସମୟରେ ସନ୍ନ୍ୟାସୀ କୁଣ୍ଡାମାଲ ନିକଟରେ ଏକ ଟ୍ରାକ୍ଟର ସହିତ ଧକ୍କା ହୋଇଥିଲା। ଗୁରୁତର ଅବସ୍ଥାରେ ଉଭୟଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଜୁନାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ କାକା ଜଗବନ୍ଧୁ ଓ ପୁତୁରା ଟିକେମଣିଙ୍କ ମୃତ୍ୟୁ ହୋଇଥିଲା। ପୁଲିସ୍‌ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର