ଏଚ୍‌ସିଜି ପଣ୍ଡା କ୍ୟାନ୍‌ସର୍‌ ହସ୍‌ପିଟାଲ୍‌ରେ ବିଶ୍ବ କର୍କଟ ଦିବସ ପାଳିତ

ଭୁବନେଶ୍ବର: କଟକ ତେଲେଙ୍ଗାପେଣ୍ଠସ୍ଥିତ ଏଚ୍‌ସିଜି ପଣ୍ଡା କ୍ୟାନ୍‌ସର ହସ୍‌ପିଟାଲ ପରିସରରେ ବିଶ୍ବ କର୍କଟ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ’ଦ ପାୱାର୍‌ ଅଫ୍‌ ଗୁଡ୍‌ ୱିସେସ୍‌’ ନାମକ ଏକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କର୍କଟ ରୋଗୀଙ୍କ ମନୋବଳକୁ କିପରି ବଢ଼ା ଯାଇପାରିବ ସେନେଇ ଆଲୋଚନା ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ହସ୍‌ପିଟାଲର ନିର୍ଦ୍ଦେଶକ ପ୍ରଫେସର ଡାକ୍ତର କୃପାସିନ୍ଧୁ ପଣ୍ଡା କର୍କଟ ରୋଗ ଏବଂ ଏହାର ଲକ୍ଷ୍ୟ ବିଷୟରେ ଆଲୋଚନା କରିଥିଲେ। ସେହିପରି ପ୍ରଫେସର ଭାଜ୍ୟଲକ୍ଷ୍ମୀ ନାୟକ, କ୍ୟାନସର ବିଜୟୀ ନଗେନ୍ଦ୍ର ମିଶ୍ର, ସୁଭାଷିନୀ ଲେଙ୍କା, ହସ୍‌ପିଟାଲ ପକ୍ଷରୁ ଡାକ୍ତର ରଣଜିତ କର, ହସ୍‌ପିଟାଲର ସିଓଓ ଶାନ୍ତନୁ ଦାସ, ମେଡିକାଲ ସୁପରିଟେଣ୍ଡେଣ୍ଟ ଡ. ସୁବ୍ରାହମ୍‌ ପାଣିଙ୍କ ସମେତ ଅନ୍ୟନ୍ୟ ଡାକ୍ତର, ହସ୍‌ପିଟାଲ କର୍ମଚାରୀ କାର୍ଯ୍ୟକ୍ରମରେ ସେମାନଙ୍କର ମୂଲ୍ୟବାନ ମନ୍ତବ୍ୟ ଦେଇଥିଲେ।

ସୂଚନାଯୋଗ୍ୟ, ହସ୍‌ପିଟାଲରେ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ ପାଳନ କରାଯାଇ କର୍କଟ ରୋଗଜନିତ ଚେତାବନୀ ସହିତ ନିରାକରଣ ଇତ୍ୟାଦି ବିଷୟରେ ସଚେତନତା କରାଯାଇଥାଏ। ଯେଉଁମାନେ ମାରାତ୍ମକ ରୋଗ ବିରୋଧରେ ପ୍ରତି ମୁହୂର୍ତ୍ତରେ ମାନସିକ ଓ ଶାରୀରିକ ସଂଘର୍ଷ ଦେଇ ଗତି କରନ୍ତି, ଏହି ଦିନ ରୋଗ ବିରୋଧରେ ସଂଗ୍ରାମ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ରୋଗୀଙ୍କୁ ସକରାତ୍ମକ ରହିବାକୁ ଉତ୍ସାହିତ କରିଥାଏ। କର୍କଟ ରୋଗୀଙ୍କୁ ଶୀଘ୍ର ସୁସ୍ଥ ହେବାର ଆଶା ଦେବା ପାଇଁ ଏହା ଏକ ସୁଯୋଗ।

ସମ୍ବନ୍ଧିତ ଖବର