ପୁଣେ: ତହସିଲ ଅଫିସରୁ ଚୋରି ହୋଇଗଲା ଇଭିଏମ୍ ମେସିନ

ପୁଣେ: ମହାରାଷ୍ଟ୍ରର ପୁଣେରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପୁଣେର ଗ୍ରାମୀଣ ତହସିଲ କାର୍ଯ୍ୟାଳୟରେ ଏକ ଇଭିଏମ୍ ମେସିନ୍ ଚୋରି ଘଟଣା ସାମ୍ନାକୁ ଆସିଛି। ସୋମବାର ସକାଳେ ପୁଣେ ଜିଲ୍ଲାର ସାସୱାଡରେ ଥିବା ତହସିଲଦାରଙ୍କ କାର୍ଯ୍ୟାଳୟର ତାଲା ଭାଙ୍ଗି ଅଜଣା ବ୍ୟକ୍ତିମାନେ କୋଠରୀରେ ରଖାଯାଇଥିବା ଇଭିଏମ୍ ମେସିନର ଡେମୋ ମେସିନ୍ ଚୋରି କରି ନେଇଥିଲେ। ଏହି ଘଟଣା ସିସିଟିଭିରେ ମଧ୍ୟ କଏଦ ହୋଇଛି ।

ତହସିଲ କାର୍ଯ୍ୟାଳୟର ଅଧିକାରୀମାନେ ଷ୍ଟ୍ରଙ୍ଗରୁମର ତାଲା ଭାଙ୍ଗିଥିବା ଏବଂ କୋଠରୀରେ ରଖାଯାଇଥିବା ଗୋଟିଏ ଇଭିଏମ୍ ର କଣ୍ଟ୍ରୋଲ ୟୁନିଟ୍ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଏହା ପରେ ସେମାନେ ପୁଲିସକୁ ଖବର ଦେଇଥିଲେ ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ୍ ଯାଞ୍ଚ କରିଛି। ଫୁଟେଜରୁ ପୁଲିସ ଦେଖିବାକୁ ପାଇଛି ଯେ ଚୋରମାନେ ଇଭିଏମ୍ ମେସିନ୍ ଛଡ଼ାଇ ନେଉଛନ୍ତି। ଏହାପରେ ସାସୱାଡ ଥାନାରେ ଇଭିଏମ୍ ଚୋରି ମାମଲା ରୁଜୁ କରାଯାଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ପୁଣେ ଗ୍ରାମୀଣ ଆରକ୍ଷୀ ଅଧୀକ୍ଷକ ପଙ୍କଜ ଦେଶମୁଖ କହିଛନ୍ତି, ଏକ ଇଭିଏମ୍ ମେସିନ୍ ଏବଂ କିଛି ବଣ୍ଡଲ କାଗଜପତ୍ର ଚୋରି ହୋଇଛି। ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଧରିବା ପାଇଁ ଟିମ୍ ମୁତୟନ କରାଯାଇଛି। ”

ସମ୍ବନ୍ଧିତ ଖବର