୧୫୦ ଋଣ ଖିଲାପୀଙ୍କ ପାସ୍‌ପୋର୍ଟ ଜବତ

ନିରବଙ୍କ ବିରୋଧରେ ହଂକଂ କୋର୍ଟର ଦ୍ୱାରସ୍ଥ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି)ର ୧୫୦ ଉଦ୍ଦେଶ୍ୟମୂଳକ ଋଣ ଖିଲାପୀଙ୍କ ପାସପୋର୍ଟକୁ ବ୍ୟାଙ୍କ ଜବତ କରିଛି। ଏତଦ୍‌ବ୍ୟତୀତ ଋଣ ପରିଶୋଧ କରୁ ନଥିବା ୩୭ ଜଣ ବ୍ୟକ୍ତିଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିଛି। ବ୍ୟାଙ୍କ ପକ୍ଷରୁ ୧୦୮୪ ଜଣଙ୍କୁ ଉଦ୍ଦେଶ୍ୟମୂଳକ ଋଣ ଖିଲାପୀ ଘୋଷଣା କରାଯାଇଛି। ଏମାନଙ୍କ ମଧ୍ୟରୁ ୨୬୦ ଜଣ ଖିଲାପୀଙ୍କ ଫଟୋ ସମ୍ବାଦପତ୍ରରେ ବ୍ୟାଙ୍କ ପ୍ରକାଶ କରିଛି। ଏତଦ୍‌ବ୍ୟତୀତ ହୀରା ବ୍ୟବସାୟୀ ନିରବ ମୋଦିଙ୍କ ବିରୋଧରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ହଂକଂ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଅନ୍ୟ ଯେଉଁ ଦେଶରେ ନିରବଙ୍କ ସମ୍ପତ୍ତି ଓ ବ୍ୟବସାୟ ରହିଛି ସେଠାକାର ଅଦାଲତକୁ ମଧ୍ୟ ପିଏନ୍‌ବି ଯିବ।

ସମ୍ବନ୍ଧିତ ଖବର