ଟିଫିନ ବୋମା ଉଦ୍ଧାର ଜଙ୍ଗଲରେ ସ୍ପାଇକ୍‌ ହଲ୍‌

ମାଲକାନଗିରି: ସୀମାନ୍ତ ଛତିଶଗଡରେ ଯବାନ ଆଜି କମ୍ବିଂ କରୁଥିବା ସମୟରେ ଜଙ୍ଗଲରୁ ୫ କିଲୋ ଓଜନର ଏକ ଟିଫିନ ବୋମାକୁ ଉଦ୍ଧାର କରିଛନ୍ତି। ସେହିପରି ଜଙ୍ଗଲ ଭିତରେ ପ୍ରାୟ ୧୨ରୁ ଊର୍ଧ୍ବ ସ୍ପାଇକ୍‌ ହଲ‌୍ ଠାବ କରାଯାଇଛି। ଯବାନଙ୍କୁ ଟାର୍ଗେଟ କରି ନକ୍ସଲ ଜଙ୍ଗଲିଆ ରାସ୍ତାର ବିଭିନ୍ନ ସ୍ଥାନରେ ଗାତ ଖୋଳି ସେଥିରେ ମୁନିଆ ଲୁହା କଣ୍ଟା ପୋତି ଦେଇଥାନ୍ତି। ଯବାନ ଯେତେବେଳେ କମ୍ବିଂକୁ ବାହାରନ୍ତି ଏବଂ ଚାଲି ଚାଲି ଯାଇଥାନ୍ତି ସେତେବେଳେ ଗାତରେ ପଡ଼ି ଆହତ ହୋଇଥାନ୍ତି। ଏହି ସମୟରେ ନକ୍ସଲ ଯବାନଙ୍କ ଉପରକୁ ଆକ୍ରମଣ କରିଥାନ୍ତି। ତେବେ କିଛି ଅଘଟଣ ଘଟିବା ପୂର୍ବରୁ ଯବାନ ଏସବୁ ସ୍ପାଇକ୍‌ ହଲ୍‌କୁ ଠାବ କରିବାରେ ସକ୍ଷମ ହୋଇଛନ୍ତି।

ସମ୍ବନ୍ଧିତ ଖବର