୫୦ ଲକ୍ଷ ଚାନ୍ଦା ପାଇଁ ଠିକାଦାରଙ୍କୁ ଧମକ:ନକଲି ମାଓବାଦୀ ଗିରଫ

ରାୟଗଡ଼ା: ମାଓବାଦୀ ନାଁରେ ଜଣେ ଠିକାଦାରଙ୍କୁ ୫୦ଲକ୍ଷ ଟଙ୍କା ଦାବି କରି ଧମକ ଦେବା ଅଭିଯୋଗରେ ଜଣେ ନକଲି ନକ୍ସଲକୁ ପୁଲିସ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ଚାନ୍ଦିଲି କଳାହାଣ୍ଡିପଡ଼ାର ଜେ.ବସନ୍ତ ହୋଇଥିବା ବେଳେ ଚିନା ନାମକ ଆଉ ଜଣେ ଏଥିରେ ସ˚ପୃକ୍ତ ରହିଥିବା ଜଣାପଡ଼ିଛି। ଗିରଫ ବ୍ୟକ୍ତିଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିଲା। ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି।
ଆଇଆଇସି କୃଷ୍ଣଚନ୍ଦ୍ର ଭାତ୍ରା ସୂଚନା ଦେଇ କହିଛନ୍ତି ଯେ, ଗତ ନଭେମ୍ବର ୨୨ତାରିଖରେ ରାୟଗଡ଼ାରେ ରହୁଥିବା ଠିକାଦାର ଈଶ୍ବର ଗୋପାଳ ଚେଟିଙ୍କ ଘରକୁ ଜଣେ ଯାଇ ଗୋଟିଏ ଚିଠି ଦେଇ ଚାଲି ଆସିଥିଲେ। ଉକ୍ତ ଚିଠିରେ ୫୦ଲକ୍ଷ ଟଙ୍କା ମାଓବାଦୀ ପାର୍ଟିକୁ ଚାନ୍ଦା ଆକାରରେ ଦେବାକୁ କୁହାଯାଇଥିଲା। ଦାବି ମୁତାବକ ଟଙ୍କା ନଦେଲେ ୪ବର୍ଷ ତଳେ ଈଶ୍ବରଙ୍କ ଭାଇ ଗାନ୍ଧୀ ଗୋପାଳ ଚେଟୀଙ୍କୁ ହତ୍ୟା ଯେମିତି ହତ୍ୟା କରାଯାଇଥିଲା ତାଙ୍କୁ ମଧ୍ୟ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଥିଲା। ଏହାପରେ ଚିଠି ଦେଇଥିବା ବ୍ୟକ୍ତି ଈଶ୍ବରଙ୍କୁ ବାରମ୍ବାର ଟଙ୍କା ଆଣିବାକୁ ଧମକ ଦେଇ ଆସୁଥିଲେ। ବାଧ୍ୟ ହୋଇ ଘଟଣା ସ˚ପର୍କରେ ଏସପିଙ୍କୁ ଭେଟି ଠିକାଦାର ଈଶ୍ବର ଅବଗତ କରିଥିଲେ। ଏହାପରେ ଏସପି ରାହୁଳ ପି.ଆରଙ୍କ ନିର୍ଦେଶରେ ପୁଲିସର ଗୋଟିଏ ଟିମ୍ ଗଠନ କରିବାକୁ ନକଲି ନକ୍ସଲଙ୍କୁ ଧରିବା ପାଇଁ ଜାଲ ବିଛା ଯାଇଥିଲା। ଈଶ୍ବରଙ୍କ ନିକଟକୁ ଯେଉଁ ମୋବାଇଲ ନମ୍ବରରୁ ଫୋନ ଆସିଥିଲା ତାହାକୁ ଟ୍ରାକିଂ କରାଯାଇଥିଲା। ଏହାପରେ ଚାନ୍ଦିଲି ଅଞ୍ଚଳର ବସନ୍ତକୁ ପୁଲିସ ଗିରଫ କରାଛି।

ସମ୍ବନ୍ଧିତ ଖବର