ମୁମ୍ବାଇ : ୨୦୧୮ର ସବୁଠାରୁ ବୋଲ୍ଡ଼ ଓ୍ଵବ୍ ସିରିଜ୍ ଏବେ ଚର୍ଚ୍ଚାରେ ରହିଛି। ବିକ୍ରମ ଭଟ୍ଟଙ୍କ ଏହି ସୋ’ର ନାଆଁ ରହିଛି ‘ମାୟା-୨’। ନିକଟରେ ଏହି ସିରିଜ୍ର ଏକ ଗୀତ ରିଲିଜ୍ ହୋଇଛି। ରିଲିଜ୍ ହେବାପରେ ଏହି ଗୀତ ଚର୍ଚ୍ଚାରେ ରହିଛି।
ଏହି ସୋ’ରେ ଲୀନା ଜୁମାନୀ ଓ ପ୍ରିୟଲ ଗୌର୍ ନଜର ଆସୁଛନ୍ତି। ଲୀନାଙ୍କ ଲୋକପ୍ରିୟ ଟେଲି ଧାରାବାହିକ ‘କୁମ୍ କୁମ୍ଭାଗ୍ୟ’ରେ ତନୁଶ୍ରୀ ଭୂମିକାରେ ଦେଖିବାକୁ ପାଇଛନ୍ତି ଦର୍ଶକ। ପ୍ରଥମଥର ଲାଗି ଟେଲିଭିଜନ୍ ଦୁନିଆଁର ଦୁଇ ସୁପରଷ୍ଟାର୍ ଲୀନା ଜୁମାନୀ ଓ ପ୍ରିୟଲ ଗୌର୍ଙ୍କୁ ଏକାଠି ରୋମାନ୍ସ କରୁଥିବା ଦେଖିବାକୁ ମିଳୁଛି ଏହି ସୋ’ରେ।
‘ମାୟା-୨’ର ମୁଖ୍ୟ ଚରିତ୍ର ହେଲା ସିମ୍ମୀ। ସେ ଜଣେ ସମଲିଙ୍ଗୀ। ସିମ୍ମୀ ରୁହିକୁ ଭଲପାଏ। କିନ୍ତୁ ସେ ଏ କଥାକୁ ଲୁଚାଇ ରଖେ। ଉଭୟଙ୍କର ରୋମାନ୍ସ ଉପରେ ଏକ ଗୀତ ସୁଟ୍ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
‘ମାୟା-୨’ ଏଇ ମଇ ୨୦ ତାରିଖରେ ୟୁ ଟ୍ୟୁବ୍ରେ ଉପଲବ୍ଧ ହେବ। ବିକ୍ରମ ଭଟ୍ଟଙ୍କର ଏହି ଓ୍ଵବ୍ ସିରିଜ୍ରେ ଦୁଇ ମୁଖ୍ୟ କଳାକାର ଲୀନା ଜୁମାନୀ ଓ ପ୍ରିୟଲ ଗୌର୍ଙ୍କ ଏହି ଲେସବିଆନ୍ ରୋମାନ୍ସ ଭିଡ଼ିଓ ଭାଇରାଲ୍ ହେବାରେ ଲାଗିଛି।