ଆଇଟି କମ୍ପାନିମାନେ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିବେ !

ନୂଆଦିଲ୍ଲୀ : ଦେଶର ଆଇଟି ଉଦ୍ୟୋଗରେ ଆଗାମୀ ଦିନରେ ହଜାର ହଜାର ଛଟେଇ ହେବାର ଆଶଙ୍କା ଦେଖାଦେଇଛି । ପ୍ରାୟ ପ୍ରତି ବଡ଼ କମ୍ପାନି ୧୦ରୁ ୨୦ ହଜାର ପର୍ଯ୍ୟନ୍ତ ଛଟେଇ କରିବାର ସମ୍ଭାବନା ରହିଛି ବୋଲି ଦେଶର ପ୍ରମୁଖ୍ୟ ବାଣିଜ୍ୟ ଖବରକାଗଜ ବିଜନେସ୍‌ ଷ୍ଟାଣ୍ଡାର୍ଡରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ।

ଏହି ରିପୋର୍ଟରେ କୁହାଯାଇଛି ଅର୍ଥନୈତିକ ମାନ୍ଦାବସ୍ଥା ଯୋଗୁଁ ଆଇଟି କମ୍ପାନମାନଙ୍କ ଲାଭ ହ୍ରାସ ପାଇଛି । ଆହୁରି ମଧ୍ୟ ଆମେରିକାରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ପ୍ରଦାନ ବୃଦ୍ଧି ପାଇଁ ଆଇଟି କମ୍ପାନିମାନଙ୍କ ଉପରେ ଚାପ ପଡୁଛି । ଏହି କାରଣରୁ ଭାରତରେ ଆଇଟି କମ୍ପାନିମାନେ ନିଯୁକ୍ତି ହ୍ରାସ କରିବାକୁ ବିଚାର କରୁଛନ୍ତି । ବିଶେଷକରି ମିଡ ଲେବଲ ଓ ସିନିୟର ଲେବଲ କର୍ମଚାରୀଙ୍କ ପାଇଁ ଛଟେଇ ଆଶଙ୍କା ବଢିଯାଇଛି । ଗତ ସପ୍ତାହରେ ଖବର ପ୍ରକାଶ ପାଇଥିଲା ଯେ ଇନଫୋସିସ ଓ କଗନିଜାଣ୍ଟ ପରି କମ୍ପାନି ନିଜର କର୍ମଚାରୀ ଛଟେଇ କରିବାକୁ ନିଷ୍ପତ୍ତି ନେଇଛନ୍ତି । କଗନିଜାଣ୍ଟ ୨୦ ହଜାର ଓ ଇନଫୋସିସ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି । ଏସବୁ କର୍ମଚାରୀମାନେ ବାର୍ଷିକ ୨୦ ଲକ୍ଷରୁ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମାରେ ଥିବାମିଡ ଲେବଲ ଓ ସିନିୟର ଲେବଲ କର୍ମଚାରୀ । ଆଇଟି କମ୍ପାନମାନଙ୍କ ଏହି ଛଟେଇ ଯୋଜନା କାର୍ଯ୍ୟକାରୀ ହେଲେ ଆଗାମୀ ଦିନରେ ଦେଶରେ ନିଯୁକ୍ତି କ୍ଷେତ୍ରରେ ଆହୁରି ସଂକଟ ସୃଷ୍ଟି ହେବା ଆଶଙ୍କା ରହିଛି ।

ସମ୍ବନ୍ଧିତ ଖବର