କେମିତି ଜାଣିବେ ଜଣେ ମିଛ କହୁଛି? ଗରୁଡ଼ ପୁରାଣରେ ବର୍ଣ୍ଣିତ ହୋଇଛି ସୂତ୍ର

ଆପଣଙ୍କ ସାମ୍ନାରେ ଥିବା ବ୍ୟକ୍ତି ଆପଣଙ୍କୁ ସତ କହୁଛି କି ମିଛ କହୁଛି ତାହା ଆପଣ ଜାଣିପାରିବେ? ଯଦି ଆପଣ କୌଣସି ବ୍ୟକ୍ତିଙ୍କୁ ବହୁତ ଦିନ ହେଲା ଜାଣିଛନ୍ତି, ତା’ହେଲେ ଆପଣ ଜାଣିପାରିବେ । ଆପଣ ପ୍ରଥମ ଥର ପାଇଁ କୌଣସି ବ୍ୟକ୍ତିଙ୍କୁ ସାକ୍ଷାତ କଲେ, ତା’ର ମିଛକୁ ଧରିବା ଅସମ୍ଭବ । ଏବେ ବଡି ଲାଙ୍ଗୁଏଜ୍‌ ବା ଶରୀର ଭାଷା ମାଧ୍ୟମରେ ମିଛ କେମିତି ଧରାପଡିବ ଶିଖାଯାଉଛି । ବହୁ ପୋଥି ପୁରାଣରେ ବି ମିଛ ଧରିବାର କୌଶଳ ସଂପର୍କରେ ବର୍ଣ୍ଣନା ରହିଛି।

ଗରୁଡ ପୁରାଣ ଅନୁସାରେ ଆପଣ ସାତଟି ସଙ୍କେତରୁ ଲୋକଟି ମିଛ କହୁଛି କି ସତ କହୁଛି ଜାଣିପାରିବେ । ଗରୁଣ ପୁରାଣରେ ବର୍ଣ୍ଣିତ ଏକ ଶ୍ଲୋକ ଅନୁସାରେ ଶରୀରର ଆକାର, ସଙ୍କେତ, ଗତି, ଚେଷ୍ଟା, ବାଣୀ, ନେତ୍ର ଏବଂ ଭାବର ଅଙ୍ଗଭଙ୍ଗୀରୁ କୌଣସି ବ୍ୟକ୍ତିର ମନର କଥା ସହଜରେ ଜାଣିହୁଏ ।

ଶରୀରର ଆକାର

ଆମେ ଯେତେବେଳେ କାହା ବିଷୟରେ କଥା ହେଉଥାଏ, ସେହି ଅନୁସାରେ ଆମର ଶାରୀରିକ ଗତିବିଧି ସବୁ ସଂଚାଳିତ ହୋଇଥାଏ । ଆମେ କେବେ ହେଲେ ଏହି କଥା ଉପରେ ଧ୍ୟାନ ଦେଇ ନ ଥାଉ । ଗରୁଡ ପୁରାଣ ଅନୁସାରେ ଯଦି ଆପଣଙ୍କ ସାମ୍ନାରେ ବ୍ୟକ୍ତି କଥା କହୁଥିବା ସମୟରେ ମିଛ କହୁଥାଏ, ତା’ର କାନ୍ଧ ତଳକୁ ହୋଇ ରହିବ । ଚୌକି ଉପରେ ବସିଥିଲେ ସେ ବାରମ୍ବାର ଗୋଡ଼ ହଲାଉଥିବ । ତା’ର ହାତ ଥରୁଥିବ ।

 

ସଙ୍କେତ

Photo Credit: Wikihow

ଯେତେବେଳେ ଜଣେ ବ୍ୟକ୍ତି ମିଛ କହୁଥାଏ ତା’ର ଶାରୀରିକ ସଙ୍କେତ ମଧ୍ୟ ବଦଳିଯାଇଥାଏ । ହାତ-ପାଦ ହଲେଇବା ବ୍ୟତୀତ ଶାରୀରିକ ଗତିରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ହଡବଡ ହେବା, କଥା ନ ଶୁଣିବା ଆଦି ସଙ୍କେତରୁ ଜାଣିପାରିବେ ଯେ ବ୍ୟକ୍ତି ମିଛ କହୁଛି । ମିଛ କହୁଥିବା ବ୍ୟକ୍ତିଟି ଆପଣଙ୍କ କଥା ଭଲ ଭାବରେ ନଶୁଣି ଏପଟ ସେପଟ ହେଉଥାଏ । ଗୋଟିଏ ସ୍ଥାନରେ ସ୍ଥିର ହୋଇକି ବସିପାରେ ନାହିଁ । ଯଦି ଜଣେ ବ୍ୟକ୍ତି କୌଣସି କଥା ଲୁଚେଇବାକୁ ଚେଷ୍ଟା କରିଥାଏ ବା ମିଛ କହୁଥାଏ , ତା’ହେଲେ ସେ ବିନା ଅର୍ଥରେ ହସିଥାଏ । ଯଦି ଆପଣ ଏମିତି ହସକୁ ଜାଣିପାରିବେ, ତା’ହେଲେ ସହଜରେ ତାର ମିଛକୁ ଜାଣିପାରିବେ ।

 

ଆଖି

Photo Credit: Wikihow

ଆଖିରୁ ଜଣେ ବ୍ୟକ୍ତି ବିଷୟରେ ବହୁତ କିଛି ଜାଣିହୋଇଯାଏ । ସତ କହୁଥିବା ବ୍ୟକ୍ତି ଭିତରେ ଆତ୍ମବିଶ୍ୱାସ ରହିଥାଏ । ମିଛ କହୁଥିବା ବ୍ୟକ୍ତି ଆଖିରେ ଆଖି ମିଶେଇକି ଦେଖିପାରେ ନାହିଁ । ଯଦି ମିଛକୁ ସେ ସତରେ ପରିଣତ କରିବା ପାଇଁ ବଡ ପାଟିରେ କହୁଥାଏ ।

 

ଚେହେରାର ଭାବ

Photo Credit: Wikihow

ସତ କହୁଥିବା ସମୟରେ ଚେହେରା ଶାନ୍ତ ରହିଥାଏ । କୌଣସିି ସେମିତି ପରିବର୍ତ୍ତନ ଦେଖାଯାଏନି । କିନ୍ତୁ ଯଦି କୌଣସି ବ୍ୟକ୍ତି ମିଛ କହୁଥାଏ , ତା’ହେଲେ ତା’ ମୁହଁର ଭାବ ଆଗ ଅପେକ୍ଷା ବଦଳିଯାଇଥାଏ ।

ସମ୍ବନ୍ଧିତ ଖବର